ସାଧାରଣ ନିର୍ବାଚନ ତାରିଖ ଘୋଷିତ, ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ,୨୩ ମେ’ରେ ମତଗଣନା ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Digital Last updated Mar 10, 2019 0 Share ନୂଆଦିଲ୍ଲୀ ..- ୨୦୧୯ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜାତୀୟ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅପରାହ୍ନ ୫ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ନିର୍ବାଚନ ତାରିଖ ବିଷୟରେ ଘୋଷଣା କରିଛନ୍ତି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ଚରଣ ନିର୍ବାଚନ ୧୧ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୮ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ,୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲରେ ଚତୁର୍ଥ ପର୍ଯ୍ୟାୟ, ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଓ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସାରାଦେଶରେ ରବିବାରରୁ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି Related Posts ପୂର୍ବ ଶତ୍ରୁତା ଓ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ… Jan 16, 2025 ଯୁବତୀଙ୍କୁ ଅସଦାଚରଣ ମାମଲାରେ ଜଣେ ଗିରଫ Jan 16, 2025 ମେ ୨୩ ତାରିଖରେ ମତଗଣନା କରାଯିବ । ଏହି ଦିନ କେନ୍ଦ୍ରରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇଯିବ । ସମ୍ବେଦନଶୀଳ ସ୍ଥାନମାନଙ୍କରେ ଭିଡିଓଗ୍ରାଫି କରାଯିବ, ସିଆର୍ପିଏଫ୍ ମୁତୟନ କରାଯିବ । ପ୍ରାର୍ଥୀମାନେ ନିଜର ଅପରାଧିକ ରେକର୍ଡ ବିଷୟରେ ସୂଚନା ଦେବେ । କିଛି ରାଜ୍ୟପାଇଁ ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ନିର୍ବାଚନରେ ଉଭୟ ଇଭିଏମ୍ ଓ ଭିଭିପାଟ୍ର ବ୍ୟବହାର କରାଯିବ । ୧୦ ଲକ୍ଷ ବୁଥ୍ରେ ମତଦାନ କରାଯିବ । 0 Share FacebookTwitterWhatsApp