www.samajalive.in
Thursday, December 11, 2025
27.1 C
Bhubaneswar

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍ ଜବତ କରାଯାଇଛି ।

ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୧୩ଟି ମାମଲା ରୁଜୁ କରାଯାଇ ଥିବା ବେଳେ ୧୯,୯୦୮ ବୋତଲ କଫ ସିରପ ଜବତ କରାଯାଇଛି। ବରଗଡ଼ ଜିଲ୍ଲା ପୋଲିସ ୧୭ଟି ମାମଲା ଓ ୧୨,୮୫୬ ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ ବୋତଲ, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ସହିତ ୧୮୮୬ ବୋତଲ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହିତ ୫୯୫ ବୋତଲ କଫ ସିରପ ଜବତ କରାଯାଇଛି।

- Advertisement -

ସମ୍ବଲପୁର ଜିଲ୍ଲା ପୋଲିସ ୬୬ ଜଣଙ୍କୁ ଗିରଫ କରିଥିବା ବେଳେ,ବରଗଡ଼ ପୋଲିସ ୬୪, ବଲାଙ୍ଗୀର ପୋଲିସ ୨୩ , ସୁବର୍ଣ୍ଣପୁର ପୋଲିସ ୭ ଜଣ, ସୁନ୍ଦରଗଡ ୬ ଜଣ ଏବଂ କେଉଁଝର ଜିଲ୍ଲାରେ ୬ ଜଣଙ୍କୁ ଗିରଫ କରାଯାଇଛି, ଯାହା ନିଶା କାରବାର ନେଟୱର୍କକୁ ଭାଙ୍ଗିବାରେ ପୋଲିସର ତତ୍ପରତାକୁ ଦର୍ଶାଉଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories