www.samajalive.in
Monday, December 8, 2025
20.1 C
Bhubaneswar

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ କମ୍ପୋଜର ପଲାସ ମୁଚ୍ଛଲଙ୍କ ବିବାହ ଭାଙ୍ଗିଯାଇଛି। ଉଭୟେ ଏ ନେଇ ଗତ ରବିବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଥିଲେ। ତେବେ ଏହା ପରେ ଉଭୟେ ଉଭୟଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଅନଫଲୋ କରିଛନ୍ତି। ବିବାହ ଭାଙ୍ଗିବାର କାରଣକୁ ଉଭୟେ ବ୍ୟକ୍ତିଗତ ରଖିଥିବାବେଳେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସାଧାରଣରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ଅବସାନ ଘଟିଛି।

ମନ୍ଧାନା ଏବଂ ପଲାସ ପରସ୍ପରଙ୍କୁ ନଭେମ୍ବର ୨୩ରେ ବିବାହ କରିବାର ତିଲା। କିନ୍ତୁ ମନ୍ଧାନାଙ୍କ ବାପା ଶ୍ରୀନିବାସ ମନ୍ଧାନା ହଠାତ ଅସୁସ୍ଥ ହେବା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବିବାହକୁ ରଦ୍ଦ ହୋଇଥିଲା। ଏ ନେଇ ଉଭୟେ ଘୋଷଣା କରିବା ପରେ ସାମାଜିକ ଗଣମାଧ୍ୟମରୁ ପରସ୍ପରଙ୍କୁ ଅନଫଲୋ କରିଛନ୍ତି। ସ୍ମୃତି ନିଜ ନିର୍ବନ୍ଧ ସମୟର ସମସ୍ତ ଫଟୋ, ଭିଡିଓକୁ ଡିଲିଟ୍‌ କରିଦେଇଛନ୍ତି। ଉଭୟଙ୍କ ସମ୍ପର୍କକୁ ନେଇ ନାନା ଆଲୋଚନା ହେବା ପରେ ମନ୍ଧାନା ଶେଷରେ ନୀରବତା ଭଙ୍ଗ କରି ସବୁ ସ୍ପଷ୍ଟ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଜୀବନ। ଅନ୍ୟମାନେ ତାହାକୁ ସମ୍ମାନ ଦେବା ସହିତ ଅନାବଶ୍ୟକ ର୍ଚଚ୍ଚା ନ କରିବାକୁ ଅନୁରୋଧ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories