www.samajalive.in
Monday, December 8, 2025
17.1 C
Bhubaneswar

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ରୁ ଅଧିକ ଫଳ ଦୋକାନ ଜଳିଯାଇଛି। ଦୋକାନ ସମେତ ବହୁ ଟଙ୍କାର ଫଳ ମଧ୍ୟ ପୋଡ଼ି ନ​‌ଷ୍ଟ ହୋଇଯାଇଛି। ପ୍ରାୟ ୧ କୋଟି ଟଙ୍କାର ଫଳ ପୋଡ଼ିଯାଇଥିବା ଅନୁମାନ କରାଯାଉଛି।

ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୌର ସଂସ୍ଥାର ଏହି ଫଳ ବଜାର ରହିଛି। ଗୋଟିଏ ସ୍ଥାନରେ ସମସ୍ତ ଫଳ ବ୍ୟବସାୟୀ ବ୍ୟବସାୟ କରିଆସୁଛନ୍ତି। ସୋମବାର ହଠାତ ନିଆଁ ଲାଗି ଚାରିଆଡ଼େ ବ୍ୟାପିଯାଇଥିଲା। ୨ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ କ୍ଷୟକ୍ଷତିକୁ ରୋକାଯାଇପାରି ନ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବ୍ୟବସାୟୀମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories