www.samajalive.in
Monday, December 8, 2025
27.1 C
Bhubaneswar

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହିତ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ଏବଂ ଅନ୍ୟ ଜଣେ ଇଟା ଭାଟି ସେଠ। ଉଭୟଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂତ୍ରରୁ ଜଣାପଡିଛି ଯେ, ଅଭିଯୁକ୍ତ ସର୍ଦ୍ଦାର ହେଉଛି ହଳନଭାଟା ଗାଁର ଖୁସିର ତାଣ୍ଡି ଏବଂ ଇଟା ଭାଟି ସେଠ ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ଶେଖ ମୋବୁ ଶୁଭାନୀ। ଉଦ୍ଧାର ଶ୍ରମିକମାନେ ଲାଠୋର ଥାନା ଫୁଲକି ମୁଣ୍ଡା ଗାଁର ବୋଲି ଥାନା ଅଧିକାରୀ ରାକେଶ ବେହେରା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories