www.samajalive.in
Monday, December 8, 2025
27.1 C
Bhubaneswar

ବିହାର ବିଜୟ ପରେ ଗାମୁଛା ଉଡ଼ାଇଲେ ମୋଦୀ, କହିଲେ-ଆଉ ଫେରିବନି ଜଙ୍ଗଲରାଜ, ନୂଆପଡ଼ାବାସୀଙ୍କୁ ଜଣାଇଲେ କୃତଜ୍ଞତା

ସମାଜଲାଇଭ ଡେସ୍କ: ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ ମୋଦୀ ପହଞ୍ଚିବା ପରେ ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ମାଖନା ମାଳ ପିନ୍ଧାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିହାରବାସୀ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ରାଜ୍ୟରେ ଆଉ କେବେ ଜଙ୍ଗଲରାଜ ଫେରିବନି। ବିହାରରେ ବିପୁଳ ବିଜୟ ରାଜ୍ୟବାସୀଙ୍କ ଅତୁଟ ବିଶ୍ଵାସର ପ୍ରତିଫଳନ। ମିଥ୍ୟାର ପରାଜୟ ହୁଏ। ଜାମିନରେ ଫେରିଥିବା ଲୋକଙ୍କ ସାଥ୍‌ ଦେଲେନି ରାଜ୍ୟବାସୀ। ଗଣତନ୍ତ୍ରକୁ ଆକ୍ରମଣ କରୁଥିବା ଲୋକଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେଇଛନ୍ତି।

- Advertisement -

ଉଦବୋଧନ ସମୟରେ ମୋଦୀ ନୂଆପଡ଼ା ଉପନିର୍ବାଚନ କଥା ଉଠାଇଥିଲେ। ନୂଆପଡ଼ାରେ ବିଜେପି ପ୍ରାର୍ଥ ଜୟ ଢୋଲକିଆ ବିଜୟୀ ହୋଇଥିବାରୁ ସେ ନୂଆପଡ଼ାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

ନଡ୍ଡା କହିଥିଲେ, ବିହାର ନିର୍ବାଚନ ବିକାଶ ବନାମ ଜଙ୍ଗଲରାଜ ମଧ୍ୟରେ ଥିଲା। ବିହାରରେ ଏନଡିଏର ବିଜୟ ପାଇଁ ସେ ଦଳର କୋଟି କୋଟି କର୍ମୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ବୋଲି କହିଥିଲେ। ବିହାରରେ ଏନଡିଏର ବିଜୟ ସୁନାମୀ ପରି ଥିଲା ବୋଲି ସେ କହିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories