www.samajalive.in
Monday, December 8, 2025
27.1 C
Bhubaneswar

ବିହାରର ୩ ଏକଜିଟ୍ ପୋଲରେ ପୁଣି ଏନଡିଏ ସରକାର

ପାଟଣା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ୍ ଓ ଏଜେନ୍ସି ନିଜ ଏକଜିଟ୍ ପୋଲର ଫଳାଫଳ ଜାରି କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନର କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। ମାଟରାଇଜ୍-ଆଇଏଏନଏସର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି ଯେଉଁଥିରେ ଏନଡିଏକୁ ୧୪୭-୧୬୭ ତଥା ମହାମେଣ୍ଟକୁ ୭୦-୯୦ ଆସନ ମିଳିବା ଅନୁମାନ କରାଯାଉଛି। ପୋଲ୍ସ ଅଫ୍ ପୋଲ୍ସରେ ମଧ୍ୟ ଏନଡିଏ ୧୩୮-୧୫୫ ଆସନ ହାସଲ କରିବା ନେଇ ଆକଳନ କରାଯାଇଛି। ତେବେ ମହାମେଣ୍ଟକୁ ୮୨-୯୮, ଜନସୁରାଜକୁ ୦-୨ ଓ ଅନ୍ୟାନ୍ୟଙ୍କୁ ୩-୭ ଆସନ ମିଳିବା ଅନୁମାନ କରାଯାଇଛି। ପିପୁଲ୍ସ ଇନସାଇଟର ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ୧୩୩-୧୪୮ ସିଟ୍ ମିଳିବା ଆକଳନ କରାଯାଇଛି । ମହାମେଣ୍ଟ ଖାତାରେ ୮୭-୧୦୨ ଆସନ ଜିତୁଥିବା ଦେଖିବାକୁ ମିଳୁଛି। ଜନସୁରାଜକୁ ୦-୨ ସିଟ୍ ତଥା ଅନ୍ୟାନ୍ୟ ୩-୬ ଆସନ ମିଳିବା ଅନୁମାନ କରାଯାଉଛି। ଜେଭିସି ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ବମ୍ପର ବହୁମତ ମିଳୁଥିବା ନଜର ଆସୁଛି। ଏଥିରେ ଏନଡିଏକୁ ୧୩୫-୧୫୦ ସିଟ୍ ମିଳିବା ଅନୁମାନ କରାଯାଉଛି। ତେବେ ମହାମେଣ୍ଟକୁ ୮୮-୧୦୩ ସିଟ୍ ମିଳୁଥିବା ଦେଖାଯାଉଛି । ଅନ୍ୟାନ୍ୟ ଖାତାରେ ୩-୬ ସିଟ୍ ଜିତିବା ଅନୁମାନ କରାଯାଉଛି। ତେବେ ଏହି କଳ୍ପନା ଜଳ୍ପନା ୧୪ ନଭେମ୍ବରରେ ସ୍ପଷ୍ଟ ହେବ ଏବଂ କିଏ କ୍ଷମତାରେ ବସିବ ତାହା ଜଣାପଡିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories