www.samajalive.in
Monday, December 8, 2025
17.1 C
Bhubaneswar

ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ

ସମଜା ଡିଜିଟାଲ ଡେସ୍କ: ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। ସେମାନେ ରିଙ୍ଗ ରୋଡ୍‌ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ। ପୁଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଅକିଲ ମହିଳା କ୍ରିକେଟର ଦ୍ଵୟଙ୍କୁ ଅସଦାଚରଣ କରି ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନମ୍ବରକୁ ଲେଖି ରଖିଥିଲେ। ତାଙ୍କ ସୂଚନା ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

- Advertisement -

ଘଟଣା ସମ୍ପର୍କରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ନିରାପତ୍ତା ଟିମ୍ ପକ୍ଷରୁ ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଏହା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories