www.samajalive.in
Monday, December 8, 2025
20.1 C
Bhubaneswar

ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲା,ଓଡ଼ିଶା ଆସି ତନାଘନା କରିବ ଝାଡ଼ଖଣ୍ଡର ସ୍ବତନ୍ତ୍ର ଦଳ

ଭୁବନେଶ୍ବର,୨୩।୧୦/ ୨୫: ରାଜଧାନୀରେ ଝାଡ଼ଖଣ୍ଡର ନାବାଳିକାକୁ ଦୁଷ୍କର୍ମ ମାମଲା ନୂଆମୋଡ଼ ନେଇଛି। ମାମଲା ସମ୍ବେଦନଶୀଳ ଓ ସ୍ପର୍ଶକାତର ହୋଇଥିବାରୁ ଓଡ଼ିଶା ଅଭିମୁଖେ ଝାଡ଼ଖଣ୍ଡର ଏକ ସ୍ବତନ୍ତ୍ର ଦଳ ଆସୁଛନ୍ତି। ଝାଡ଼ଖଣ୍ଡ ଶିଶୁ ସୁରକ୍ଷା ଆୟୋଗ ସମେତ ଆଉ କିଛି ତଦନ୍ତକାରୀ ଦଳର କର୍ମଚାରୀ ଭୁବନେଶ୍ବର ଆସି ତନାଘନା କରିବେ। ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ପୀଡ଼ିତା ନାବାଳିକାଙ୍କୁ ପଚରାଉଚରା କରିବେ। କେଉଁ ପରିସ୍ଥିତିରେ ପୀଡ଼ିତା ଓଡ଼ିଶା ଆସିଲେ ଓ ତାଙ୍କ ପରିଚୟ ବିଷୟରେ ଏହି ସ୍ବତନ୍ତ୍ର ଦଳ ପଚାରି ବୁଝିବେ। ଏଥିସହ ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ମାମଲା ସମ୍ପର୍କିତ ତଥ୍ୟ ସହ ଅଗ୍ରଗତି ସଂକ୍ରାନ୍ତରେ ବୁଝିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories