ସମାଜ ଡିଜିଟାଲ ଡେସ୍କ: ୯୦ଟି ମାଛର ଦାମ ୧ କୋଟି ଟଙ୍କା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ରବିବାର ବାଲେଶ୍ଵର ଜିଲା ଜଳେଶ୍ଵର ଅଞ୍ଚଳରେ ମତ୍ସ୍ୟଜୀବୀ ୯୦ଟି ମାଛକୁ ୧ କୋଟି ଟଙ୍କାରେ ବିକିଛନ୍ତି।
ଏହି ମାଛର ନାଁ ହେଉଛି ତେଲିଆ ଭୋଳା ମାଛ। ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡ଼ିଥିଲା। ଏହାର ଅନେକ ଔଷଧୀୟ ଗୁଣ ରହିଛି। କଲକାତାର ଏକ ଫାର୍ମା କମ୍ପାନୀ ଉକ୍ତ ମାଛଗୁଡ଼ିକୁ କୋଟିଏ ଟଙ୍କାରେ କିଣିଥିବା ସୂଚନା ମିଳିଛି। ଏହି ମାଛର ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ।



