www.samajalive.in
Monday, December 8, 2025
27.1 C
Bhubaneswar

ଗ୍ରାନାଇଟ୍ ଖଣିରେ ବଜ୍ରାଘାତ: ୩ ମୃତ, ଜଣେ ଓଡ଼ିଆଙ୍କ ସମେତ ୪ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ମଣ୍ଡଳମ ଅନ୍ତର୍ଗତ ଗଙ୍ଗାରାଜପୁରମ୍ ଗ୍ରାମରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଗଙ୍ଗାରାଜପୁରମସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ବଜ୍ରାଘାତ ଘଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଟେକିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ବ୍ୟକ୍ତିମାନେ ହେଲେ ବିହାରର ଶ୍ରବଣ କୁମାର(୪୫), ରାଜସ୍ଥାନର ହେମରାଜ(୨୫) ଏବଂ ମଧ୍ୟପ୍ରଦେଶର ପିଣ୍ଟୁ ସିଂ। ଆହତମାନେ ହେଲେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଟଙ୍କିୟସାହି ଗ୍ରାମର ଜାନବଳିଆର ସିଂ (୪୨), ଆନ୍ଧ୍ରପ୍ରଦେଶ ଟେକିଲି ଗ୍ରାମର କେ. ଜନାର୍ଦ୍ଦନ(୨୫), ମିଳିଆପୁଟି ମଣ୍ଡଳମର କେ. ବାଲାରାଜୁ(୬୩) ଏବଂ ପେଦାଲକ୍ଷ୍ମୀପୁରମ୍ ଗ୍ରାମର ବି. ହରି ପ୍ରସାଦ(୨୪)।

- Advertisement -

ତେବେ ମୃତ ଓ ଗୁରୁତର ସମସ୍ତେ ଉକ୍ତ ଗ୍ରାନାଇଟ୍ ଖଣିରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ହଠାତ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଚାରି ଜଣ ଗୁରୁତର ହୋଇପଡିଥିଲେ। ସେପଟେ ଉକ୍ତ ଖଣିଟି ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମକୁ ଲାଗି ରହିଥିବାରୁ ଖଣିରେ ବିସ୍ଫୋରଣ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଟଣା ବିଷୟରେ ଆନ୍ଧ୍ର ପୁଲିସ ଖବର ପାଇ ଏକ ମାମଲା ରୁଜୁ କରିବା ସହ ଉକ୍ତ ଖଣିରୁ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ଘଟଣାକୁ ନେଇ ଟେକିଲି ଡିଏସପି ଲକ୍ଷ୍ମଣ ରାଓଙ୍କୁ ପଚାରିବାରୁ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏକ ବଜ୍ରାଘାତ ଘଟଣା ବୋଲି ଜଣାପଡିଛି। ଆଗକୁ ମଧ୍ୟ ଅନ୍ୟ ଦିଗଗୁଡିକୁ ନେଇ ତଦନ୍ତ କରାଯିବ। କୌଣସି ବିସ୍ଫୋରଣ କାରଣରୁ ଏହି ଘଟଣା ଘଟିଛି କି ନାହିଁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଣାପଡିବ।

ମେଳିଆପୁଟି ତହସିଲଦାର ବି. ପାପା ରାଓ ଏବଂ ପୁରୁଣାପାଟଣା ଥାନା ଏସଆଇ ମଧୁସୂଦନ ରାଓ ଏହି ଘଟଣାର ତଦନ୍ତ କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories