www.samajalive.in
Monday, December 8, 2025
20.1 C
Bhubaneswar

ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜଗନଙ୍କ ସମର୍ଥନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍‌ ପନ୍ନୁସ୍ବାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି ୱାଇଏସ୍‌ଆରସିପି। ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର କଂଗ୍ରେସ ପାର୍ଟିର ସାଂସଦ ମାଡ୍ଡିଲା ଗୁରୁମୂର୍ତ୍ତି ସୋମବାର କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳ ରାଧାକୃଷ୍ଣନଙ୍କୁ ସମର୍ଥନ କରିବ। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୱାଇଏସ୍‌ଆରସିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ଭେଟିଥିଲେ।

ୱାଇଏସ୍‌ଆରସିପିର ଲୋକସଭାରେ ୪ ଓ ରାଜ୍ୟସଭାରେ ୭ଜଣ ସଦସ୍ୟ ଅଛନ୍ତି। ୱାଇଏସ୍‌ଆରସିପି ଏନଡିଏ କିମ୍ବା ବିରୋଧୀ
ଇଣ୍ଡି ମେଣ୍ଟ ସହିତ ବିଧିବଦ୍ଧ ଭାବେ ଅନୁବନ୍ଧିତ ନାହିଁ। ୱାଇଏସ୍‌ଆରସିପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏନଡିଏର ସହଯୋଗୀ ଦଳ। ନୀତୀଶ କୁମାରଙ୍କ ନେତୃତ୍ବାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ମଧ୍ୟ ରାଧାକୃଷ୍ଣନଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିଛି। ଜେଡିଏ ଶାସକ ଏନଡିଏର ଏକ ଅଂଶୀଦାର ଦଳ। ରାଧାକୃଷ୍ଣନଙ୍କ ପ୍ରତି ନିଜ ଦଳର ସମର୍ଥନ ସମ୍ପର୍କରେ ନୀତୀଶ ସୋମବାର ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories