www.samajalive.in
Thursday, December 11, 2025
23.1 C
Bhubaneswar

‘ଜୀବନ ହାରିବା ଶବ୍ଦ ତୁଣ୍ଡରେ ଧରନି’

ଭୁବନେଶ୍ୱର: ଈଶ୍ବର ତୁମକୁ ମାନବ ଜନ୍ମ ଦେଇଛନ୍ତି। ଏହି ଜୀବନକୁ ହାରି ଦେଲେ କ’ଣ ସମସ୍ୟାର ସମାଧାନ ହୋଇଯିବ? ଆତ୍ମହତ୍ୟା କଥା ତୁଣ୍ଡରେ ଧର ନାହିଁ। ଏହା ଭଲ କଥା ନୁହେଁ। ମୁଁ ଏଠି ବସିଛି, ନିଶ୍ଚିତ ନ୍ୟାୟ ମିଳିବ। ସୋମବାର ଭୁବନେଶ୍ବରରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଚଳିତ ହୋଇପଡ଼ିଥିବା ଜଣେ ଅଭିଯୋଗକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏପରି ଭାବେ ବୁଝାଇ ତାଙ୍କ ମନରେ ସରକାରଙ୍କ ପ୍ରତି ବିଶ୍ବାସ ଜାଗ୍ରତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଜଗବନ୍ଧୁ ପଣ୍ଡା ନାମକ ଜଣେ ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ।

ଜଗବନ୍ଧୁଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଅଭିଯୋଗପତ୍ର ଗ୍ରହଣ କରି ପଢ଼ୁଥିବା ସମୟରେ ସେ ଭାବବିହ୍ବଳ ହୋଇ କହିଥିଲେ ଯେ ସମସ୍ୟାର ସମାଧାନ ପାଇଁ ବାରଦୁଆର ହେଲିଣି; କେହି ଶୁଣୁନାହାନ୍ତି। ବହୁ ଆଶା ନେଇ ଆପଣଙ୍କ ପାଖକୁ ଆସିଛି। ଏଠି ଯଦି ମୋତେ ନ୍ୟାୟ ନ ମିଳେ ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ଏତକ ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଯେ ତମେ ସାହାଯ୍ୟ ପାଇଁ ଆସିଛ, ନିଶ୍ଚିତ ପାଇବ। ମୁଁ ଅଛି। ଯଦି ତୁମ ଅଭିଯୋଗ ନ୍ୟାୟସଙ୍ଗତ ଥିବ ନିଶ୍ଚୟ ନ୍ୟାୟ ପାଇବ। ଆତ୍ମହତ୍ୟା ଭଲ ଶବ୍ଦ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ଜଗବନ୍ଧୁ କହିଥିଲେ ଯେ ୨୫ ବର୍ଷ ହେଲା ନ୍ୟାୟ ପାଇଁ ସଂଘର୍ଷ କରୁଛି। ନିରାଶ ହୋଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏପରି କହିଦେଲି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ମୋ ମନରେ ସହାୟତା ପାଇଁ ବିଶ୍ବାସ ବାନ୍ଧିଛି ବୋଲି ସେ କହିଥିଲେ।

Hot this week

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

Related Articles

Popular Categories