www.samajalive.in
Monday, December 8, 2025
20.1 C
Bhubaneswar

ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ସମାରୋହ 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଅଧ୍ୟକ୍ଷା ମାନବିନ କୌରଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷା ମାନବିନ କୌର ସ୍ଵଭାବ କବିଙ୍କ ପ୍ରତିଛବିରେ ଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟାର୍ପଣ କରିଥିଲେ । ନିଜ ଅଭିଭାଷଣରେ ଅଧ୍ୟକ୍ଷା ମହୋଦୟା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଶିକ୍ଷା ହିଁ ଜଗତରେ ବିଭିନ୍ନ ସମସ୍ୟା ସହ ଲଢ଼ିବାରେ ଶକ୍ତି ସଂଚାର କରିବା ସହ ଜୀବନକୁ ଅର୍ଥପୂର୍ଣ୍ଣ କରେ । ସେହିପରି ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଜୟନ୍ତୀ ସମାରୋହରେ ଉପସ୍ଥିତ ରହି କବିଙ୍କ ପ୍ରତି ନିଜ ନିଜର ଭକ୍ତି ସୁମନ ଅର୍ପଣ କରିଥିଲେ । ଜୟନ୍ତୀ ସଭା ପରିଚାଳନା କରିଥିଲେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଶ୍ରୀ ସୁବାସ ମେହେର ଏବଂ ଶେଷରେ ଶିକ୍ଷୟିତ୍ରୀ ସମ୍ବିତଲତା ସାହୁ ଆନୁଷ୍ଠାନିକ ରୂପେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories