www.samajalive.in
Thursday, December 11, 2025
27.1 C
Bhubaneswar

ନ୍ୟାୟ ମାଗି ହାରିଗଲେ ସୌମ୍ୟାଶ୍ରୀ

ସମାଜ ଡିଜିଟାଲ ଡେସ୍କ: ନ୍ୟାୟ ତ ମିଳିଲାନି, ହେଲେ ଜୀବନ ଚାଲିଗଲା। ନ୍ୟାୟ ପାଇଁ ଗୁହାରି କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

କଲେଜର ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ବାରବାର ନିର୍ଯାତନା ଦେଇଆସୁଥିଲେ। ଏ ନେଇ ସେ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ପୁଲିସଠାରୁ ଆରମ୍ଭ କରି କଲେଜ ଅଧ୍ୟକ୍ଷ, ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଶେଷରେ ନିରାଶ ହେବାକୁ ପଡ଼ିଥିଲା। ଯେଉଁ କାରଣରୁ ସେ କଲେଜରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।

- Advertisement -

ଗତ ୩୦ ତାରିଖରେ ସେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଅଭିଯୁକ୍ତ ଅଧ୍ୟାପକ ବିରୋଧରେ ଅଭିଯୋଗ ଆଣିଥିଲେ। ୫ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁକିଛି ଚାପି ଦେଇ ଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା। ଯାହାଫଳରେ ସେ ଏଭଳି ଚରମ ନିଷ୍ପତ୍ତି ନେଲେ। ଅନ୍ୟପଟେ ପୀଡ଼ିତା ପୁଲିସ ନିକଟରେ ଅଭିଯୋଗ କରିଥିଲେ ହେଁ ତାହାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ଓଲଟି ଅଭିଯୋଗ ପ୍ରତ୍ୟାହାର ପାଇଁ ବାରମ୍ବାର ଚାପ ପକାଯାଉଥିଲା ବୋଲି ତାଙ୍କ ମା’ କହିଛନ୍ତି।

ପୀଡ଼ିତାଙ୍କ ମା’ ଗଣମାଧ୍ୟମରେ କହିଛନ୍ତି ଯେ, ଅଭିଯୋଗ ପ୍ରତ୍ୟାହାର ପାଇଁ ବାରମ୍ବାର ଚାପ ପକାଯାଇଥିଲା । ଏହି ଘଟଣାରେ ଯିଏ ଦୋଷୀ ତାକୁ ଫାଶୀ ଦିଆଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ସାର୍‌ ମୋ ଝିଅ ଦେହରେ ନିଆଁ ଲଗେଇ ଦେଇଥାଇ ପାରନ୍ତି। କାହିଁକି କଲେଜ କର୍ତ୍ତୃପକ୍ଷ ଝିଅକୁ ବାରମ୍ବାର ଡାକି ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories