www.samajalive.in
Thursday, December 11, 2025
27.1 C
Bhubaneswar

ପୋଲ ବିପଦସଙ୍କୁଳ ଥିବା ନେଇ ୩ବର୍ଷ ତଳୁ ଜାଣିଥିଲା ପ୍ରଶାସନ, ଚାପି ଦେଇଥିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ଗୁଜରାଟ ବଡୋଦରା ଜିଲାର ମାହି ନଦୀ ପୋଲ ଭୁଶୁଡ଼ି ୧୬ ଜଣଙ୍କ ପ୍ରାଣହାନୀ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବା ନେଇ ୩ ବର୍ଷ ତଳୁ ପ୍ରଶାସନ ଅବଗତ ଥିଲା। କିନ୍ତୁ ତାହାକୁ ବିପଦସଙ୍କୁଳ ଘୋଷଣା କରାଯାଇ ନ ଥିଲା କି ଏ ସମ୍ପର୍କିତ ରିପୋର୍ଟକୁ ଲୋକଲୋଚନକୁ ଅଣାଯାଇ ନ ଥିଲା। ଏପରି ଜିଲା ପଞ୍ଚାୟତ ସଦସ୍ୟଙ୍କ ପକ୍ଷରୁ ଦିଆଯାଇଥିବା ସତର୍କତା ଚିଠିକୁ ବି ଚପାଇ ଦିଆଯାଇଥିଲା। ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି।

ଏହି ପୋଲ ୧୯୮୬ ମସିହାରେ ନିର୍ମିତ ହୋଇଥିଲା। ୩ ବର୍ଷ ତଳେ ମୁଜପୁର ଗ୍ରାମବାସୀ ତଥା ବଡୋଦରା ଜିଲା ପଞ୍ଚାୟତ ସଦସ୍ୟ ହର୍ଷଦସିନ୍‌ ପରମାର ରାସ୍ତା ଏବଂ ଗୃହନିର୍ମାଣ(ଆର ଆଣ୍ଡ ବି) ବିଭାଗକୁ ଚିଠି ଲେଖିଥିଲେ। ୨୦୨୨ ଅଗଷ୍ଟରେ ଲେଖାଯାଇଥିବା ଏହି ଚିଠିରେ ପରମାର ପ୍ରଶାସନକୁ ସତର୍କ କରାଇ କହିଥିଲେ ଯେ, ତୁରନ୍ତ ଏହି ପୋଲକୁ ଅସୁରକ୍ଷିତ ତଥା ବିପଦସଙ୍କୁଳ ଘୋଷଣା କରାଯାଉଛି। ଏହା ଉପରେ ଯାନବାହନ ଚଳାଳଚ ଉପରେ ପ୍ରତିବନ୍ଧକ ଲଗାଯାଉ। ନଚେତ ଭବିଷ୍ୟତରେ ଯଦି କୌଣସି ଅଘଟଣ ଘଟେ କିମ୍ବା ଜୀବନହାନୀ ହୁଏ, ତେବେ​‌ ସେଥିପାଇଁ ପ୍ରଶାସନ ଦାୟୀ ରହିବ।

- Advertisement -

ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଆର ଆଣ୍ଡ ବି ବିଭାଗକୁ ଚିଠି ଆଧାରରେ ପଦକ୍ଷେପ ନେବାକୁ ସେହି ମାସରେ ନିର୍ଦେଶ ଦିଆଯାଇଥିଲା। କିନ୍ତୁ କିଛି ପଦକ୍ଷେପ ନିଆଯାଇ ନ ଥିଲା। ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୨୦୨୨ ଅକ୍ଟୋବର ୩୦ରେ ମୋରବି ପୋଲ ଭୁଶୁଡ଼ି ୧୩୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଫଳରେ ପରମାର ପୁନର୍ବାର ଆର ଆଣ୍ଡ ବିକୁ ଚିଠି ଲେଖି ମନେପକାଇ ଦେଇଥିଲେ। ଏହା ପରେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

ସୂଚନା ଅଧିକାର କର୍ମୀ ତଥା ସ୍ଥାନୀୟ ନେତା ଲଖନ ଦରବାରଙ୍କ କହିବା ଅନୁସାରେ, ଆର ଆଣ୍ଡ ବିର ଜଣେ ନିର୍ବାହୀ ଯନ୍ତ୍ରୀ ନିଜ ତରଫରୁ ସ୍ଵୀକାର କରିଥିଲେ ଯେ, ମାହି ନଦୀ ପୋଲଟି ବ୍ୟବହାର ପାଇଁ ଅନୁପଯୁକ୍ତ। ଏହା ଅସୁରକ୍ଷିତ ହୋଇପଡ଼ିଛି। ପୋଲର ପରୀକ୍ଷାନିରୀକ୍ଷା ରିପୋର୍ଟରୁ ଏହା ଜଣାପଡ଼ିଛି। କିନ୍ତୁ ସେହି ରିପୋର୍ଟକୁ ପ୍ରଶାସନ ସାର୍ବଜନୀନ କରି ନ ଥିଲା। ଯେଉଁଥିପାଇଁ ଆଜି ଏଭଳି ଘଟଣା ଘଟିଲା ବୋଲି ଲଖନ କହିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories