www.samajalive.in
Monday, December 8, 2025
17.1 C
Bhubaneswar

ସଚିବାଳୟରେ ୧୮ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସଚିବାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ଟି ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ୨୧୯୬.୩୦କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୩୪୬୫ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏଥି ସହିତ ସମସ୍ତ ଶିଳ୍ପ ପ୍ରତିଷ୍ଠା ଫଳରେ ରାଜ୍ୟ ମ୍ୟାନୁଫ୍ୟାକ୍ଚରିଂ ହବ୍‌ରେ ପରିଣତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି ଫୁଡ ଇଣ୍ଡଷ୍ଟ୍ରି ସମେତ ୬ଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୬୭୨ କୋଟି ଟଙ୍କାର ନିବେଶ କରାଯିବ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅନୁଗୁଳ ଆଲୁମିନିୟମ ପାର୍କରେ ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯାଜପୁର କଳିଙ୍ଗନଗରରେ ଇମାମି ସିମେଣ୍ଟ ଓ ପେଲେଟ୍ ପ୍ଲାଣ୍ଟ, ଜଗତପୁରରେ ଜୟ ଭାରତ ସ୍ପାଇସ୍, ଖୋର୍ଦ୍ଧା ଭଗବାନପୁରରେ ଫ୍ଲାଏ ଆସ ବ୍ରିକ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି। ଖୋର୍ଦ୍ଧାରେ କୋକାକୋଲାର ପଟଲିଂ ପ୍ଳାଣ୍ଟ, ଢେଙ୍କାନାଳ ଗୁଣ୍ଡିଚାପଡାରେ ପାୱାର ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ସମେତ ମୋଟ ୧୫ଟି ଶିଳ୍ପ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories