www.samajalive.in
Monday, December 8, 2025
17.1 C
Bhubaneswar

ଜୟନ୍ତୀରେ ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ବିଶିଷ୍ଟ ସାରସ୍ବତ ସାଧିକା, ସାମ୍ବାଦିକ, ସମାଜର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ମନୋରମା ମହାପାତ୍ରଙ୍କ ୯୧ତମ ଜୟନ୍ତୀରେ ଜନ୍ମମାଟି ଆଠଗଡରେ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଆଠଗଡର ଗୋପବନ୍ଧୁ ମହିଳା କନିଷ୍ଠ କଲେଜ ପରିସରରେ ପ୍ରତିଷ୍ଠିତ ଶ୍ରୀମତୀ ମହାପାତ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ଯକ୍ତିବିଶେଷ ସାମୁହିକ ମାଲ୍ୟାର୍ପଣ କରିବା ସହିତ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଡ.ରାଧାନାଥ ରଥ ସ୍ମୃତି କମିଟିର ଉପଦେଷ୍ଟା ତଥା ଗଡଜାତ ପରିକ୍ରମାର ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଆମେରିକାରେ ଅବସ୍ଥାନ ବିଶିଷ୍ଟ କମ୍ପ୍ୟୁଟର ସଫ୍ଟୱେର ବୈଜ୍ଞାନିକ ଜ୍ଞାନ ରଞ୍ଜନ ଦାଶ, ଟେକ୍ସାସ ଟେକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ସୁକାନ୍ତ ମିଶ୍ର, ଆଠଗଡ ସାହିତ୍ୟ ସମାଜ ସଭାପତି ସୁରେଶ ପରିଡା, ଗଡଜାତ ପରିକ୍ରମାର ସମ୍ପାଦକ ଲଲାଟେନ୍ଦୁ ସେନାପତି, ସଭ୍ଯ ପ୍ରଭାକର ପଟ୍ଟନାୟକ, ତ୍ରିଲୋଚନ ବେହେରା, ମନୋରମାଙ୍କ ସୁକନ୍ୟା ଶ୍ୱେତପଦ୍ମା ଦାଶ, ପ୍ରାଧ୍ୟାପିକା ବନଲତା ମହାପାତ୍ର, ଶିକ୍ଷାବିତ ପୁଷ୍ପଲତା ଦାଶ, ରୀନା ମିଶ୍ର, ମହିଳା କଲେଜର ଡେମୋନଷ୍ଟ୍ରେଟର ସୋନି ଦାସ ପ୍ରମୁଖ ଶ୍ରୀମତୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ମନୋରମାଙ୍କ ସାରସ୍ବତ ସାଧନା ଓ ତାଙ୍କର ସାହିତ୍ୟ କୃତି ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ତାଙ୍କୁ ଚିର ଅମର କରି ରଖିବ ଏବଂ ସମଗ୍ର ନାରୀ ଜାତି ପାଇଁ ସେ ପ୍ରେରଣାର ଉତ୍ସ ବୋଲି ଅତିଥି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଗଡଜାତ ପରିକ୍ରମାର ସମ୍ପାଦକ ଶ୍ରୀ ସେନାପତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories