www.samajalive.in
Monday, December 8, 2025
27.1 C
Bhubaneswar

କାଓ୍ବାସାକିର ଏହି ବାଇକରେ ୨୦ ହଜାର ଟଙ୍କାର ରିହାତି, ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ : କାଓ୍ବାସାକି ଜୁନ୍ ମାସରେ ନିଜ ଭିନ୍ନ ଭିନ୍ନ ମଡେଲରେ ବମ୍ପର ରିହାତି ସହିତ ଜବରଦସ୍ତ ବେନିଫିଟ୍ସ ଅଫର କରୁଛି । ଏହି କ୍ରମରେ କମ୍ପାନୀ କାଓ୍ବାସାକି ଭର୍ସେସ୍ ୬୫୦ରେ ମଧ୍ୟ ହଜାର ହଜାର ଟଙ୍କାରି ରିହାତି ଦେଉଛି । ଗ୍ରାହକ କାଓ୍ବାସାକି ଭର୍ସେସ୍ ୬୫୦ କ୍ରୟ କଲେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଗ୍ରାହକ ଏହି ଅଫରର ଲାଭ ଉଠାଇବା ପାଇଁ ନିକଟସ୍ଥ ଶୋରୁମରେ ଯୋଗାଯୋଗ କରିପାରିବେ । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଏହି ଅଫର ବଜାର ରହିବ ।

ଭର୍ସେସ ୬୫୦ରେ ୬୪୯ ସିସିର ପାରାଲାଲ୍ ଟ୍ବିନ୍ ଇଞ୍ଜିନ ଦିଆଯାଇଛି ଯାହା ୬୬ ବିଏଚପିର ସର୍ବାଧିକ ପାଓ୍ବର ଓ ୬୧ ଏନଏମର ପିକ୍ ଟର୍କ ଉତ୍ପନ କରେ । ବାଇକର ଇଞ୍ଜିନରେ ୬ ସ୍ପିଡ୍ ଗିୟରବକ୍ସ ମିଳୁଛି । ଏହାର ଏକ୍ସ-ଶୋରୁମ୍ ଦାମ୍ କମ୍ପାନୀ ୭.୫୭ ଲକ୍ଷ ଟଙ୍କା ରଖିଛି । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଟିଏଫଟି ଇନଷ୍ଟ୍ରୁମେଣ୍ଟ କନସୋଲ୍, ୟୁଏସବି ଚାର୍ଜିଂ ପୋର୍ଟ, ଏଲଇଡି ଲାଇଟିଂ, ସ୍ବିଚେବଲ ଟ୍ରାକ୍ସନ କଣ୍ଟ୍ରୋଲ ଏବଂ ଡୁଆଲ ଚ୍ୟାନେଲ୍ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ଭଳି ଫିଚର ଦିଆଯାଇଛି ।

ଏହି ଦେଶୀ କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରୟ ୧୯୧% ବୃଦ୍ଧି, ଜୁଲାଇ ୧ରେ ଆଣୁଛି ଦୁଇ ନୂଆ ମଡେଲ

- Advertisement -

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories