www.samajalive.in
Monday, December 8, 2025
17.1 C
Bhubaneswar

ପୋଷ୍ୟ ସନ୍ତାନରେ ଓଡ଼ିଶା ପଞ୍ଚମ: ପୁତ୍ର ତୁଳନାରେ କନ୍ୟା ସନ୍ତାନ ପ୍ରତି ବଢ଼ୁଛି ଆଗ୍ରହ

ଭୁବନେଶ୍ବର: ବଦଳୁଛି ମନୋଭାବ। ଓଡ଼ିଶାରେ ପୋଷ୍ୟ ସନ୍ତାନ ପ୍ରତି ଆଗ୍ରହ ବଢ଼ୁଛି। ଆଗରୁ କନ୍ୟା ସନ୍ତାନ ଅଲୋଡ଼ା କୁହାଯାଉଥିବାବେଳେ ଏବେ କନ୍ୟା ସନ୍ତାନକୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ଗତ ୨୦୨୪-୨୫ରେ ରାଜ୍ୟ‌ରେ ୨୮୭ ଶିଶୁଙ୍କୁ ପୋଷ୍ୟ କରାଯାଇଥିବା ଜଣାପଡ଼ିଛି। ସର୍ବଭାରତୀୟସ୍ତରରେ ପୋଷ୍ୟ ସନ୍ତାନ କ୍ଷେତ୍ରରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସେଣ୍ଟ୍ରାଲ ଆଡପସନ୍ ରିସୋର୍ସ ଅଥରିଟି (କାରା) ରିପୋର୍ଟ ଅନୁସାରେ, ପୁଅଙ୍କ ତୁଳନାରେ ଅଧିକ କନ୍ୟା ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଗତବର୍ଷ ୨୮୭ ପୋଷ୍ୟ ଶିଶୁଙ୍କ ମଧ୍ୟରୁ ୧୩୬ ପୁତ୍ର ସନ୍ତାନ ରହିଥିବାବେଳେ ୧୫୧ କନ୍ୟା ସନ୍ତାନ ଅଛନ୍ତି। ପୋଷ୍ୟ ସନ୍ତାନ କ୍ଷେତ୍ରରେ ମହାରାଷ୍ଟ୍ର ଆଗରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୪୯ ଶିଶୁଙ୍କୁ ପୋଷ୍ୟ କରାଯାଇଥିଲା। ଏହା ତଳକୁ ତାମିଲନାଡ଼ୁରେ (୪୬୫), ପଶ୍ଚିମବଙ୍ଗ (୩୨୮), କର୍ଣ୍ଣାଟକରେ (୩୦୬) ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ଓଡ଼ିଶାର ୨୮୭ ପୋଷ୍ୟ ସନ୍ତାନ ସହ ପଞ୍ଚମ ସ୍ଥାନରେ ରହିଛି। ୨୦୨୩-୨୪ରେ ଓଡ଼ିଶାରେ ପୋଷ୍ୟ ସନ୍ତାନ ସଂଖ୍ୟା ଥିଲା ୨୫୯। ରାଜ୍ୟର ୨୮ ଜିଲାରେ ମହିଳା ଓ ଶିଶୁ ବିକାଶ ଅଧୀନରେ ୩୩ ସ୍ପେଶାଲାଇଜ୍ଡ ଆଡପସନ୍ ଏଜେନ୍ସି (ଏସ୍‌ଏଏ) ରହିଛି। ଏହା ଜରିଆରେ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଜାରି ରହିଛି। ଜୁଭେନାଇଲ ଜଷ୍ଟିସ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅପେକ୍ଷାର ଅବଧି ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣକାରୀ ପିତାମାତାଙ୍କ ବିଷୟରେ ନିଷ୍ପତ୍ତି ନେବାର କ୍ଷମତା ଜିଲାପାଳ ପାଇଛନ୍ତି। ଏହି ଆଇନ ଅନୁଯାୟୀ ସମ୍ଭାବ୍ୟ ପିତାମାତାଙ୍କ ଦ୍ୱାରା ଆବେଦନ ଦାଖଲ କରିବାର ଦୁଇମାସ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାଗୁଡ଼ିକର ସମାଧାନ କରାଯିବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି।

- Advertisement -

ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ହାର କମ୍ ରହିଛି। ଭିନ୍ନକ୍ଷମ ପିଲାଙ୍କ ଶାରୀରିକ, ବିକାଶମୂଳକ ଏବଂ ଆଚରଣଗତ ସମସ୍ୟା ପାଇଁ ଅତିରିକ୍ତ ସହାୟତାର ଆବଶ୍ୟକତା ରହିଛି। ଷ୍ଟେଟ ଆଡପସନ୍ ରିସୋର୍ସ ଏଜେନ୍ସି (ସାରା)ର ଜଣେ ଅଧିକାରୀ କହିଛନ୍ତି ଯେ, ପୋଷ୍ୟ ସନ୍ତାନ ଗ୍ରହଣକାରୀ ପିତାମାତାଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପିଲାମାନଙ୍କୁ ପସନ୍ଦ କରୁଛନ୍ତି। ବିଶେଷ କରି ୦ରୁ ୨ ବର୍ଷ ବୟସର ପିଲାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories