ମହାକାଶରେ ନିଜସ୍ବ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବାକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପ୍ରସ୍ତୁତି ଚଳାଇଥିବାବେଳେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍। ଏହାର ନାମ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ରଖାଯାଇଥିବାବେଳେ ଏହାର ଓଜନ ୫୦ ଟନ୍ ହେବ ବୋଲି ନାରାୟଣନ୍ କହିଛନ୍ତି। ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ମହକାଶରେ ସ୍ଥାପିତ ହେବା ପରେ ଭାରତ ଏକ ଅଭୂତପୂର୍ବ ସଫଳତା ହାସଲ କରିବ ବୋଲି ସେ ଦର୍ଶାଇଛନ୍ତି। ରାମ ମୋହନ ମିଶନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ନାରାୟଣନ୍ କହିଥିଲେ ବର୍ତ୍ତମାନ ସମୟରେ ଭାରତର ବହୁସଂଖ୍ୟକ ଉପଗ୍ରହ ମହାକାଶରେ ରହିଛନ୍ତି। ସେହି ସବୁ ଉପଗ୍ରହ ପାଣିପାଗ ସମ୍ବନ୍ଧୀୟ ସୂଚନା, ଶିକ୍ଷା, ଯୋଗାଯୋଗ, ସୁରକ୍ଷା ଆଦି କ୍ଷେତ୍ରରେ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଖୁବ୍ଶୀଘ୍ର ଇସ୍ରୋ ତରଫରୁ ଗଗନଯାନ ପ୍ରେରଣ କରାଯବ ବୋଲି ସେ ସୂଚନା ଦେଇଥିଲେ। ଏଥିସହ ଇସ୍ରୋ ତରଫରୁ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫ ଉପରେ କାମ ଚାଲିଥିବା ନାରାୟଣନ୍ ଦର୍ଶାଇଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ବିଶ୍ବର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଭାବେ ପରିଚୟ ପ୍ରଦାନ ପାଇଁ ଇସ୍ରୋ ତରଫରୁ ଉଦ୍ୟମ ଜାରି ରହିଥିବା ସେ କହିଥିଲେ।
Popular Categories



