www.samajalive.in
Monday, December 8, 2025
17.1 C
Bhubaneswar

ସହିଦ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର : ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆ ଯବାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସହିଦ ଦୁଇ ଓଡିଆ ଯବାନଙ୍କ ପରିବାର ସଦସ୍ୟଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି।

ସୂଚନା ଯୋଗ୍ୟ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଗୁରୁବାର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୪ ଜଣ ଯବାନ ସହିଦ ହେବା ସହ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡିଆ ଯବାନ ଥିବା ଜଣାପଡିଛି। ଏହି ଦୁଇ ବୀର ଜଣ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲା ନାଉଗାଁ ଓ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲା ନିଆଳି ରତନପୁରର ବୋଲି ଜଣାପଡିଛି। ସହିଦଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ମହଲରେ ତଥା ସେମାନଙ୍କ‌ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories