www.samajalive.in
Monday, December 8, 2025
20.1 C
Bhubaneswar

ରିୟଲମି ଜିଟି ୭ ସିରିଜ୍‌ ; ଆସୁଛି ସବୁଠାରୁ ଜବରଦସ୍ତ ବ୍ୟାଟେରୀର ସ୍ମାର୍ଟଫୋନ୍‌, ହୋସ୍‌ ଉଡାଇବ ଡିଜାଇନ୍‌, ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‌କୁ ନେଇ ବଜେଟ୍‌କୁ ସୁହାଇବା ତାଲିକାରେ ରିୟଲ୍‌ମି ଏକ ଜଣାଶୁଣା ନାମ । ଏବେ କମ୍ପାନୀ ନିଜର ନୂଆ ରିୟଲମି ଜିଟି ୭ ସିରିଜ୍‌କୁ ନେଇ ବେଶ ଚର୍ଚ୍ଚାରେ ରହିଛି । କମ୍ପାନୀର ଅଧିକାରିକ ସୂଚନାନୁଯାୟୀ, ଏହି ସିରିଜ୍‌ ଲଞ୍ଚର ତାରିଖ ୨୭ ମେ’ ୨୦୨୫ ରଖାଯାଇଛି । ଏହା ମୁଖ୍ୟତଃ ପ୍ୟାରିସ୍‌ ଓ ଫ୍ରାନ୍ସରେ ହେବ । ଏହାସହ ଭାରତୀୟ ସମୟାନୁସାରେ ଦିନ ୧ଟା ୩୦ରେ ସମୟରେ ଲଞ୍ଚ କରାଯିବ । ଏହି ସିରିଜ୍‌ରେ ରିୟଲମି ଜିଟି ୭ ଓ ଜିଟି ୭ଟି ମଡେଲ୍‌ ସାମିଲ ହେବା ନେଇ ଆଶା କରାଯାଉଛି। ଏହାସହ ଜିଟି ୭ ପ୍ରୋ ପୂର୍ବରୁ ହିଁ ଚୀନରେ ଲଞ୍ଚ କରାଯାଇଛି।
ଜାଣନ୍ତୁ ଏହାର ଫିଚର୍‌ ବିଷୟରେ..

୬.୭ ଇଞ୍ଚର ସମ୍ପୂର୍ଣ୍ଣ ଏଚ୍‌ଡି ଓଏଲଇଡି+ ଡିସପ୍ଲେ ଯାହା ୧୪୪ ଏଚ୍‌ଜେଡ୍‌ ରିଫ୍ରେସ୍‌ ରେଟ୍‌ ସପୋର୍ଟ କରିବ ।
ଶକ୍ତିଶାଳୀ ମିଡିଆଟେକ୍‌ ଡାଇମେନ୍ସିଟି ୯୪୦୦+ ଚିପସେଟ୍‌, ଯାହା ଗେମର୍ସ ଏବଂ ପାୱାର ବ୍ୟବହାରକାରୀଙ୍କ ପାଇଁ ଉପଯୁକ୍ତ ।

- Advertisement -

ଜବରଦସ୍ତ ୭,୨୦୦ଏମ୍‌ଏଏଚ୍‌ ବ୍ୟାଟେରୀ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ।

୫୦ ଏମପିର ଡୁଆଲ ରିୟର କ୍ୟାମେରା ଓ ୧୬ ଏମପି ଫ୍ରଣ୍ଟ୍‌ କ୍ୟାମେରା

ଆଇପି୬୯ ରେଟିଙ୍ଗ୍‌ ଅର୍ଥାତ୍‌ ପାଣି ଓ ଧୂଳିରୁ ସମ୍ପୂର୍ଣ୍ଣ ସୁରକ୍ଷା

ନୂଆ ସ୍କିନ୍‌-ଟଚ୍‌ ତାପମାତ୍ରା ନିୟନ୍ତ୍ରଣ ଫିଚର, ଯାହା ସ୍ମାର୍ଟ କୁଲିଙ୍ଗ ସୁନିଶ୍ଚିତ କରିଥାଏ ।

ଋିୟଲମି ଇଣ୍ଡିଆର ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଆଶା କରାଯାଉଛି ଯେ, ଖୁବ୍‌ ଶୀଘ୍ର ଭାରତରେ ମଧ୍ୟ ଏହାର ସିରିଜ୍‌ ଲଞ୍ଚ ହେବ । ଜିଟି ୬ ସିରିଜ, ଯାହା ୨୦୨୪ରେ ଲଞ୍ଚ ହୋଇଥିଲା, ଏହାର ଦାମ୍‌ ୩୦,୯୯୯ ରୁ ୪୦,୯୯୯ ଟଙ୍କା ମଧ୍ୟରେ ଥିଲା । ସେହିପରି ଜିଟି ୭ ସିରିଜ୍‌ର ଦାମ୍‌ ମଧ୍ୟ ୩୨,୯୯୯ରୁ ୪୪,୯୯୯ ମଧ୍ୟରେ ରହିପାରେ ବୋଲି ଅନୁମାନ କରାଯାଉଛି ।

୫୦ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ସଫଳତା, ହେବେ ମାଲାମାଲ୍‌, ବଢିବ ଦରମା..

ଜିଟି ୬ ସିରିଜ ୨୦୨୪କୁ ଲୋକେ ବେଶ ପସନ୍ଦ କରିଛନ୍ତି । ସେହପିରି ଜିଟି ୭ ସିରିଜ୍‌ରେ ବ୍ୟାଟେରୀ, ଡିସପ୍ଲେ , ପ୍ରୋସେସର ଓ କୁଲିଙ୍ଗରେ ଅନେକ ଅପଗ୍ରେଡ୍‌ ଦେଖିବାକୁ ମିଳିବ । ଜିଟି ୭ ଓ ଜିଟି ୭ଟି ପୂର୍ବରୁ ହିଁ ଅନେକ ଜବରଦସ୍ତ ଫିଚର ଓ କୁଲିଙ୍ଗ ଟେକ୍ନୋଲୋଜି ଦିଆଯାଉଛି। ଯାହା ମାର୍କେଟରେ ହଇଚଇ ସୃଷ୍ଟି କରିବ ବୋଲି କୁହାଯାଉଛି ।

ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories