www.samajalive.in
Monday, December 8, 2025
27.1 C
Bhubaneswar

ନୂଆ ରୂପରେ ଆସୁଛି ଦେଶର ନମ୍ବର ୧ ଇଭି, ଯିବ ୫୦୦ କିଲୋମିଟର

ନୂଆଦିଲ୍ଲୀ : ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଗତ କିଛି ମାସ ହେବ ଏମଜି ଓ୍ବିଣ୍ଡସର୍ ଇଭିକୁ ଚର୍ଚ୍ଚା ଜୋର ଧରିଛି । ଅକ୍ଟୋବର ୨୦୨୪ରେ ବୁକିଂ ଓପନ ହେବା ପରେ ଲଗାତର ଦେଶର ବେଷ୍ଟ ସେଲିଂ ଇଲେକ୍ଟ୍ରିକ୍ କାର୍ ପାଲଟିଯାଇଛି । ଏବେ କମ୍ପାନୀ ଏହାର ବିକ୍ରି ବଢାଇବା ପାଇଁ ଏକ ବଡ ୫୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକ୍ ସହିତ ଲଞ୍ଚ୍ କରିପାରେ ।

ଓ୍ବିଣ୍ଡସର ଇଭିରେ ୩୮ କିଲୋଓ୍ବାଟର ଲିଥିୟମ୍ ଆୟରନ୍ ଫସଫେଟ୍ ବ୍ୟାଟେରୀ ଦିଆଯାଇଛି । ଏହି ବ୍ୟାଟେରୀ ସିଙ୍ଗଲ ଚାର୍ଜରେ ୩୩୧ କିମିର ରେଞ୍ଜ ଦେଇଥାଏ । ଆଗାମୀ ନୂଆ ଓ୍ବିଣ୍ଡସର ଇଭିରେ ଦିଆଯାଉଥିବା ୫୫ କିଲୋଓ୍ବାଟ୍ ବିଶିଷ୍ଟ ବ୍ୟାଟେରୀ ସିଙ୍ଗଲ ଚାର୍ଜରେ ୫୦୦ କିମି ରେଞ୍ଜ୍ ଅଫର କରିବ ।

- Advertisement -

ଅନ୍ୟପଟେ ନୂଆ ଓ୍ବିଣ୍ଡସର ଇଭିରେ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ମଧ୍ୟ ଦିଆଯାଇପାରେ । ଅଟୋନୋମସ୍ ଏମରଜେନ୍ସି ବ୍ରେକିଂ, କ୍ରୁଜ୍ କଣ୍ଟ୍ରୋଲ ଓ ଲେନ୍ ଆସିଷ୍ଟ ଭଳି ଫିଚର୍ ମଧ୍ୟ ଦିଆଯାଇଛି । ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଇଲେକ୍ଟ୍ରିକ୍ ଏସୟୁଭି ୩ ଭାରିଆଣ୍ଟ ଏକ୍ସାଇଟ୍, ଏକ୍ସଲୁସିଭ୍ ଓ ଏସେନ୍ସରେ ଉପଲବ୍ଧ ହେବ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories