www.samajalive.in
Monday, December 8, 2025
27.1 C
Bhubaneswar

ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍‌ର ଛାତିଥରା ଘଟଣା

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରି ୨୬ ଜଣଙ୍କୁ ନୃଂଶସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାକୁ ନିକଟରୁ ଦେଖିଥିବା ମହାରାଷ୍ଟ୍ରର ଦମ୍ପତି ପ୍ରତ୍ୟକ୍ଷଦର୍ଶୀ ସେହି ସମୟର ସେହି ଛାତିଥରା କାହାଣୀ ସାମ୍ନାକୁ ଆଣିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଘଟଣାସ୍ଥଳରୁ ୨୦ ମିନିଟ୍‌ ଦୂରରେ ସେମାନେ ଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଗୁଳି ଚାଳନା ଶବ୍ଦ ଶୁଣା ଯାଇଥିଲା।

ଗୁଳି ଶବ୍ଦ ଶୁଣି ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ପ୍ରଥମେ କେହି କିଛି ବୁଝି ପାରିନଥିଲେ । ଲୋକେ ଚିତ୍କାର କରୁଥିଲେ। ଆଉ ଆତଙ୍କୀ ଗୁଳି ଚାଳନା କରୁଥିଲେ। ଏହାପରେ ଆଉ ପଛକୁ ଚାହିଁ ନଥିଲୁ । ସେ ନିଜ ପତ୍ନୀ ଓ ପିଲାକୁ ସୁରକ୍ଷିତ ରଖିବା ପାଇଁ ଦୌଡି ପଳାଇଲେ। ପହଲଗାମ୍‌ର ହୋଇଥିବା ଏହି ଆକ୍ରମଣ ହେବାର ୨୦ ମିନିଟ୍‌ ପୂର୍ବରୁ ସେହି ସ୍ଥାନରେ ଉକ୍ତ ଦମ୍ପତି ଥିଲେ।

- Advertisement -

ଆକ୍ରମଣ ହେବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ ଦୌଡିବାକୁ ଲାଗିଲେ। ସେହି ସମୟରେ ଭିଡ ମଧ୍ୟ ହେବାକୁ ଲାଗିଥିଲା । ତାଙ୍କ ପତ୍ନୀଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କେବଳ ନିଜ ଜୀବନ ରକ୍ଷା କରିବାକୁ ଦୌଡୁଥିଲେ । ସେ କେବେ ମଧ୍ୟ ଏହି ଘଟଣାକୁ ଭୁଲି ପାରିବେ ନାହିଁ।

ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ଜଣେ ମହିଳା କହିଛନ୍ତି, ଲୋକେ ଚିତ୍କାର କରୁଥିଲେ, ମାତ୍ର ଗୁଳି ଚାଳନା ବନ୍ଦ ହେଉନଥିଲା । ସଭିଏଁ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ। ପରସ୍ପରକୁ ଧକ୍କା ମଧ୍ୟ ଦେଉଥିଲେ । ସେଠାରେ ଶିଶୁ ମଧ୍ୟ ଥିଲେ, ତେଣୁ ଖସି ଆସିବାରେ ସମସ୍ୟା ମଧ୍ୟ ହେଉଥିଲା।

ଘଟଣାସ୍ଥଳରୁ କିଛି ଗୁରୁତର ଆହତଙ୍କୁ ଘୋଡା ଗାଡିରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିଛି ଭୂମି ଉପରେ ପଡିଥିଲେ, ସେମାନେ ମୃତ ବୋଲି ଜଣାପଡୁଥିଲା।

ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍‌, ବଢିବ ଦରମା, ମିଳିବ ଚାକିରି..

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories