www.samajalive.in
Monday, December 8, 2025
27.1 C
Bhubaneswar

କୋଟିଆବାସୀ ଆନ୍ଧ୍ରରେ ମିଶିବା ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରାଙ୍କ ନିକଟରେ ଫେରାଦ

ପଟାଙ୍ଗି : ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତର ଧୁଳିପଦର, ନାରେଡିବାଲସା, ତାଡିବାଲସା ଆଦି ଗ୍ରାମ ପୁଞ୍ଜବାସୀ କୋଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ପୂର୍ବତନ ସାଲୁର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସେମାନେ ଆନ୍ଧ୍ରରେ ମିଶିବା ପାଇଁ ଆଲୋଚନା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଶ୍ରୀ ଦୋରା ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। କୋଟିଆ ପଞ୍ଚାୟତ ବାସିନ୍ଦା ଆନ୍ଧ୍ରପ୍ରଦେଶରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ତାଙ୍କ ସରକାର ଥିବାବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାରଙ୍କ ମୁଖ୍ୟ ଶାସନ ସଚିବ ସହ ଆପୋଷ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା। ବର୍ତ୍ତମାନ କେନ୍ଦ୍ରରେ ଏନଡିଏ ସରକାର ଥିବାବେଳେ ଆନ୍ଧ୍ର ଏବଂ ଓଡ଼ିଶାରେ ଏନଡିଏ ସହଯୋଗୀ ବିଜେପି ସରକାର ର‌ହିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ କୋଟିଆ ବିବାଦର ସମାଧାନ କରନ୍ତୁ ବୋଲି ଶ୍ରୀ ଦୋରା ପ୍ରକାଶ କରିଛନ୍ତି। ସୀମାନ୍ତ ବିବାଦ ସୁପ୍ରିମକୋର୍ଟରେ ଥିବାବେଳେ କିଛି ରାୟ ଆନ୍ଧ୍ର ସପକ୍ଷରେ ଯାଇଥିବା ସେ ଯୁକ୍ତି ବାଢ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆରେ ବାରମ୍ବାର ଅନୁପ୍ରବେଶ ଜାରି ରହିଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ରାଜ୍ୟ ସରକାର କୋଟିଆ ପଞ୍ଚାୟତର ବିକାଶ ପାଇଁ ସ୍ବତନ୍ତ୍ରତା ଭିତ୍ତିରେ ବିକାଶ ଧାରାକୁ ଜାରି ରଖିଛନ୍ତି। ସୁପ୍ରିମକୋର୍ଟ ଆବେଦନର ସ୍ଥିତାବସ୍ଥା ଜାରି ଥିବାବେଳେ ଆନ୍ଧ୍ର ଜୋର ଜବରଦସ୍ତ ଧସେଇ ପଶିଆସି ଲୋକଙ୍କୁ ପ୍ରଲୋଭନ ଦେଖାଉଛି। କହିବାକୁ ଗଲେ କୋଟିଆବାସୀଙ୍କ ପାଇଁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ କରିନାହିଁ। ଧୁଳିପଦର ଗ୍ରାମରେ ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳମ ପକ୍ଷରୁ ୧୦ ହଜାର ଲିଟର ପାଣି ଟାଙ୍କି ଲୁଚି ଛପି ନିର୍ମାଣ କରିଛି। ଗତକାଲି ସମ୍ପୃକ୍ତ ଟାଙ୍କିରେ ଆନ୍ଧ୍ର ପକ୍ଷରୁ ତିନି ଜଣ ଶ୍ରମିକ ଟାଙ୍କିରେ ରଙ୍ଗ ଦେଉଥିବାବେଳେ କୋଟିଆ ପୁଲିସ ସେମାନଙ୍କୁ ଉଠାଇ ଥାନାକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ତାଗିଦ୍ ଦେଇ ଛାଡ଼ି ଦେଇଥିଲେ। ତେବେ ଅନୁମାନ କରାଯାଉଛି ବିଶୁଗେମଲ ଗୋଷ୍ଠୀ ଭୟଭୀତ ହୋଇ ଶ୍ରୀ ଦୋରାଙ୍କ ନିକଟରେ ଶରଣ ପଶିଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ କୋଟିଆ କୌଣସି ବେଆଇନ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ସୁଯୋଗ ଦିଆଯିବ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories