www.samajalive.in
Thursday, December 11, 2025
26.1 C
Bhubaneswar

ଜୟନାରାୟଣଙ୍କ ଗିରଫ ଦାବି କଲା ପୁଲିସ ସଂଘ

ସମାଜ ଡିଜିଟାଲ ଡେସ୍କ: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କରିଛି ରାଜ୍ୟ ପୁଲିସ ସଂଘ। ଜୟନାରାୟଣ ଜଣେ ଥାନା ଅଧିକାରୀଙ୍କୁ ଧମକାଇବା ଘଟଣାକୁ ସଂଘ ନିନ୍ଦା କରିବା ସହିତ ତାଙ୍କୁ ଏହି ଘଟଣାରେ ଗିରଫ କରାଯିବା ଦରକାର ବୋଲି ସଂଘର କାର୍ଯ୍ୟକାରୀ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ବିଧାୟକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ। ଏପରି ହେଲେ ଜନସାଧାରଣଙ୍କ ମନରେ ଆଇନ ପ୍ରତି ଭୟ ରହିବ ନାହିଁ। ବିଧାୟକଙ୍କ ଧମକ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଡିଜିପିଙ୍କ ନିକଟରେ ସଂଘ ପକ୍ଷରୁ ଦାବି ହୋଇଛି। ଡିଜିପି କି ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ରହିଛି। ଡିଜିପିଙ୍କ ପଦକ୍ଷେପ ଅନୁସାରେ ସଂଘ ପରବର୍ତ୍ତୀ ନିଷ୍ପତ୍ତି ନେବ।

ଅନ୍ୟପଟେ ଜୟନାରାୟଣଙ୍କ ଧମକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ କହିଛନ୍ତି, ଜୟନାରାୟଣ ମନ୍ତ୍ରୀ ନ ହେବାରୁ ବିଚଳିତ ହୋଇପଡ଼ିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜୟନାରାୟଣଙ୍କ ମତାମତ ମିଳିପାରି ନାହିଁ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories