www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରପ୍ରଦେଶର ୨୧୦ଟି ସ୍ଥାନରେ ପୁଲିସ୍‍ ଚଢାଉ, ୧୭୮ ଗିରଫ ଓ ବିପୁଳ ପରିମାଣର ମଦ ଜବତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ​‌ରେ ଶନିବାର ସୁଦ୍ଧା ବିଷାକ୍ତ ମଦପାନ ଜନିତ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି । ଫଳରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ କ୍ରମେ ପୁଲିସ୍ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏ କ୍ରମରେ ହରଦୋଇ ଜିଲାରେ ଶନିବାର ୨୧୦ଟି ସ୍ଥାନରେ ଚଢାଉ କରି ପୁଲିସ୍‍ ୨୨୧୨ ଲିଟର ମଦ ଜବତ କରିଛି। ଏଥିରେ ୧୭୮ ଜଣଙ୍କୁ ଗିିରଫ କରାଯାଇଛି।
ସୂଚନା ଅନୁସାରେ ପୁଲିସ୍‍ ବେଆଇନ ମଦ କାରବାର ଘଟଣାରେ ୧୫୮ଟି ମାମଲା ରୁଜୁ କରିଛି। ଏହି ଅଭିଯାନରେ ପୁଲିସ୍‍ ବେଆଇନ୍‍ ଭାବେ ମଦ ତିଆରି କରୁଥିବା ୭୫ଟି ଭାଟ୍ଟି ଭାଙ୍ଗିଛି। ୧୪୦୦ ଲିଟର ପୋଚ୍‍ ନଷ୍ଟ କରାଯାଇଛି। ଜିଲାରେ ଏତେ ପରିମାଣର ବେଆଇନ ମଦ କାରବାର ପୁଲିସ୍‍ ପାଇଁ ଚିନ୍ତାର ବିଷୟ ହୋଇଛି।

ଯୋଗୀ ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଚିକିତ୍ସାଧୀନ ଲୋକଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କୁଶିନଗର ଏବଂ ସାହାରନପୁର ଜିଲା ଅବକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ବିଷାକ୍ତମଦ ବ୍ୟବସାୟୀଙ୍କ ବିରୋଧରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ଏବଂ ପୁଲିସ ଅଧିକାରୀଙ୍କୁ ଯୋଗୀ ନିର୍ଦେଶ ଦେଇଛନ୍ତି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories