www.samajalive.in
Monday, December 8, 2025
27.1 C
Bhubaneswar

ଇଡକୋକୁ ହସ୍ତାନ୍ତର ଗୋଚର ଜମି ଗ୍ରାମବାସୀଙ୍କୁ ଫେରାଇଦେବାକୁ ଦାବି

ଫୁଲବାଣୀ: କନ୍ଧମାଳ ତହସିଲ ଅନ୍ତର୍ଗତ ବଇଡା ମୌଜାର ୨.୪୯୪ ହେକ୍ଟର ଜମି ପୂର୍ବ ସରକାରଙ୍କ ସମୟରେ ଇଡକୋକୁ ହସ୍ତାନ୍ତର କରାଯାଇଛି। ଏହି ଜମିକୁ ପୁଣି ଗ୍ରାମବାସୀଙ୍କୁ ଫେରାଇ ଦେବା ପାଇଁ ଦାବି ହୋଇଛି। ଏ ନେଇ ଆଜି ବଇଡା ସମେତ ନିକଟବର୍ତ୍ତୀ ଅନେକ ଗ୍ରାମର ଲୋକେ ରାଜସ୍ବ ମନ୍ତ୍ରୀ ସୁରେଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ଜମିକୁ ଗ୍ରାମବାସୀମାନେ ପୁରୁଷାନୁକ୍ରମେ ଗୋଚର ଜମି ହିସାବରେ ବ୍ୟବହାର କରୁଥିଲେ। ଗ୍ରାମର ଗୋରୁଙ୍କ ଚରିବା ଉଦ୍ଦେଶ୍ୟରେ ଏହି ଜମି ରଖାଯାଇଥିଲା। କିନ୍ତୁ ୨୦୨୦ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୋଚର ଜମିକୁ ଇଡକୋକୁ ହସ୍ତାନ୍ତର କରି ଦିଆଯାଇଛି। ସେତେବେଳେ ପ୍ରତିବାଦ କରାଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବର୍ତ୍ତମାନ ଗ୍ରାମବାସୀମାନେ ଗୋରୁ ଚରାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ଜମିକୁ ଫେରସ୍ତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories