www.samajalive.in
Monday, December 8, 2025
27.1 C
Bhubaneswar

ଭସ୍ମ ବୁଧବାର ପାଳିତ

ଫୁଲବାଣୀ: ସମଗ୍ର ପୃଥିବୀର କାଥଲିକ ସମ୍ପ୍ରଦାୟ ଆଜିଠାରୁ ତପସ୍ୟା କାଳରେ ପ୍ରବେଶ କରିଛନ୍ତି। ମସ୍ତକରେ ଭସ୍ମ ବୋଳି ବୁଧବାରଠାରୁ ଗୁଡ ଫ୍ରାଇ ଡେ’ ପର୍ଯ୍ୟନ୍ତ ତପସ୍ୟା କାଳଭାବେ ପାଳନ କରିଥା’ନ୍ତି ଏହି ସମ୍ପ୍ରଦାୟର ଲୋକମାନେ। ଏହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯାତନାକୁ ସ୍ମରଣ କରି ତାଙ୍କ ଶିକ୍ଷାନୁଯାୟୀ ମନ ପରିବର୍ତ୍ତନ କରି ପାପ କର୍ମ ପ୍ରତି ଅନୁତାପ ଓ ପଶ୍ଚାତାପ କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ଉପବାସ, ଦାନ, ଧର୍ମ, ଆଦି କାର୍ଯ୍ୟରେ ବ୍ରତୀ ରହିଥାନ୍ତି।

ଏହି ଅବସରରେ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ଭସ୍ମ ବୁଧବାରର ଆୟୋଜନ କରଯାଇଥିଲା। ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସମସ୍ତ ଖ୍ରୀଷ୍ଟ ବିଶ୍ବାସୀମାନେ ଅନୁତପ୍ତ ହୋଇ ନିଜ ମସ୍ତକରେ ଭସ୍ମ ବୋଳି ତପସ୍ୟା କାଳର ଆରମ୍ଭ କରିଛନ୍ତି। ଏହି ସମୟରେ ବିଶ୍ବାସୀମାନେ ନିଜ ବ୍ରତକୁ କିଭଳି ପାଳନ କରିବେ ସେମାନଙ୍କ ବ୍ୟବହାର ଓ ଚାଲି ଚଳଣି କ’ଣ ହେବା ଆବଶ୍ୟକତା ରହିଛି ସେ ସମ୍ପର୍କରେ ବାଇବଲରୁ ପ୍ରଭୁ ଯୀଶୁଙ୍କ ଶିକ୍ଷା ବିଷୟରେ ବାକ୍ୟ ପରିବେଷଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories