www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ, ନୂଆ ଅବକାରୀ ନୀତି ଯୋଗୁ ୨ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଅଧିବେଶନର ଆଜି ଦ୍ଵିତୀୟ ଦିନ। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାପରେ ଦିଲ୍ଲୀ ସରକାର ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅବକାରୀ ଦୁର୍ନୀତି ସହ ଜଡ଼ିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ୧୪ ସିଏଜି ରିପୋର୍ଟରୁ ମଙ୍ଗଳବାର ପ୍ରଥମ ରିପୋର୍ଟ ଉପସ୍ଥାପିତ ହୋଇଛି।

ନୂଆ ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାର ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। ପୂର୍ବରୁ ଜଣେ ବ୍ୟକ୍ତିକୁ ଗୋଟିଏ ଲାଇସେନ୍ସ ମିଳୁଥିଲା। କିନ୍ତୁ ନୂତନ ନୀତିରେ ଜଣେ ବ୍ୟକ୍ତିକୁ ଦୁଇ ଡଜନରୁ ଅଧିକ ଲାଇସେନ୍ସ ମିଳି ପାରୁଥିଲା। ମଦ ବିକ୍ରି କମିଶନ ୫ ପ୍ରତିଶତରୁ ବଢାଇ ୧୨ ପ୍ରତିଶତ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

- Advertisement -

ସୂଚନାଯୋଗ୍ୟ, ମଙ୍ଗଳବାର ବିଧାନସଭା ହଟ୍ଟଗୋଳ ସହ ଆରମ୍ଭ ହୋଇଥିଲା। ସିଏଜି ରିପୋର୍ଟ ଉପସ୍ଥାପନ ପୂର୍ବରୁ ଏହାକୁ ବିରୋଧ କରି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକମାନେ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୧୨ ଜଣ ଆପ୍‌ ବିଧାୟକଙ୍କୁ ଆଜି ଗୋଟିଏ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories