www.samajalive.in
Monday, December 8, 2025
27.1 C
Bhubaneswar

ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ ବିଜେପି ମନ୍ତ୍ରୀ ଗଣେଶ ନାଏକ 

ଥାନେ: ମହାରାଷ୍ଟ୍ର ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଜେପି ନେତା ଗଣେଶ ନାଏକ ସୋମବାର ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ। ସେ ଥାନେରେ ମଧ୍ୟ ଜନ ଅଭିଯୋଗ ସଭା କରିବେ, ଯଦ୍ୱାରା ଏହି ଅଞ୍ଚଳରେ ସହଯୋଗୀ ସିନ୍ଦେଙ୍କ ଦଳର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ ପାଇଁ ବିଜେପିକୁ ସହଜ ହେବ। ଅପରପକ୍ଷରେ ‘ଜନତା ଦରବାର’ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ବୋଲି ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପି ନେତା ୧୯୯୦ ଦଶକରେ ରାଜ୍ୟରେ ‘ଜନତା ଦରବାର’ (ଜନଶୁଣାଣି) ଧାରଣା ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ଅଭିଯୋଗର ସମାଧାନ ପାଇଁ ପ୍ରଶାସନ ସହିତ ଲୋକଙ୍କୁ ସଂଯୋଗ କରିଥିଲେ।

- Advertisement -

ଫେବୃଆରୀ ୩ ତାରିଖରେ, ନାଏକ ଥାନେ ଜିଲ୍ଲାର ନଭି ମୁମ୍ବାଇ ଟାଉନସିପର ଭାଶୀରେ ଏବଂ ଫେବୃଆରୀ ୨୧ ତାରିଖରେ ପାଲଘର ଜିଳାରେ ଏକ ‘ଜନତା ଦରବାର’ରେ ସମ୍ବୋଧିତ କରିଥିଲେ।

ସୋମବାର ଥାନେ ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନାଏକଙ୍କ ଜନତା ଦରବାର ପାଇଁ ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି, ଯାହାକୁ କିଛି ରାଜନୈତିକ ମହଲରେ ଅଞ୍ଚଳରେ ଶିବସେନାର ପ୍ରଭାବ ପ୍ରତି ଏକ ସିଧାସଳଖ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories