www.samajalive.in
Monday, December 8, 2025
17.1 C
Bhubaneswar

କରାଚୀରେ ‘ବିରାଟ କୋହଲି ଜିନ୍ଦାବାଦ’ ନାରା

ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସର୍ବଦା ବିବାଦ ଲାଗିରହିଥାଏ। ହେଲେ କ୍ରୀଡ଼ା ଏକମାତ୍ର କ୍ଷେତ୍ର ଯେଉଁଠି ଦୁଇ ଦେଶର କ୍ରୀଡ଼ାବିତ ଏବଂ ପ୍ରଶଂସକଙ୍କ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ଭାବ ଦେଖିବାକୁ ମିଳିଥାଏ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାକିସ୍ତାନର କରାଚୀ ସହରରେ। ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ ପ୍ରଶଂସକମାନେ ବିରାଟ କୋହଲି ଜିନ୍ଦାବାଦ, କୋହଲି ଜିନ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଛି। କୋହଲିଙ୍କର ବିଶ୍ଵବ୍ୟାପୀ ପ୍ରଶଂସକ ରହିଛନ୍ତି। ପାକିସ୍ତାନରେ ବି ତାଙ୍କର ବହୁ ପ୍ରଶଂସକ ଥିବା ଏହି ଘଟଣାରୁ ଜଣାପଡ଼ିଛି।

ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେଉଛି। ତେଣୁ ପାକିସ୍ତାନୀ ପ୍ରଶଂସକମାନେ ଭାରତୀୟ ଟିମକୁ ଅପେକ୍ଷା କରିଥିଲେ। ହେଲେ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିବା ପରେ ପ୍ରଶଂସକମାନେ ନିରୁତ୍ସାହିତ ହୋଇପଡ଼ିଥିଲେ। ସାମାଜିକ ଗଣମାଧ୍ୟରେ ସେମାନେ ଭାରତୀୟ ଦଳକୁ ପାକିସ୍ତାନ ଆସି ଖେଳିବାକୁ ଅନୁରୋଧ କରୁଥିବା ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତର ସମସ୍ତ ମ୍ୟାଚ ଦୁବାଇରେ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ କୋହଲିଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ କମିନାହିଁ। କରାଚୀ ଷ୍ଟାଡିୟମ ବାହାରେ ଟିକେଟ କିଣିବାକୁ ଆସିଥିବା ବହୁ ପ୍ରଶଂସକ କୋହଲି ଜିନ୍ଦାବାଦ ନାରା ଦେଇଥିଲେ।  ଭାରତୀୟ ଖେଳାଳିଙ୍କ ପ୍ରତି ପାକିସ୍ତାନୀ ପ୍ରଶଂସକଙ୍କ ଏପରି ଭଲପାଇବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। କ୍ରୀଡ଼ା ଏକମାତ୍ର ମାଧ୍ୟମ ଯାହାଦ୍ଵାରା ଶତ୍ରୁରାଷ୍ଟ ମଧ୍ୟରେ ବି ବନ୍ଧୁତାକୁ ବଜାୟ ରଖାଯାଇପାରିବ ବୋଲି ଅନେକେ ମତ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories