www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିର କୋର କମିଟି ବୈଠକରେ ନିଷ୍ପତ୍ତି, ଚଳିତ ମାସ ସୁଦ୍ଧା ଶେଷ ହେବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର: ଆଜି ବିଜେପିର କୋର କମିଟି ବୈଠକ  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିବା ସୂଚନା ମିଳିଛି। ଏହି ବୈଠକରେ ଦଳର ଆଗାମୀ ଦିନର ରଣନୀତି ବାବଦରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ  ଚଳିତ ମାସ ଶେଷ ସୁଦ୍ଧା ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ।  ଏହି କୋର କମିଟି ବୈଠକରେ ନିଗମ, କମିଶନ ଓ ଜିଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଥିଲା। ଏହାସହିତ ସାଂଗଠନିକ ନିର୍ବାଚନ ଏବଂ ରାଜ୍ୟ ସଭାପତି ମନୋନୟନ, ୮ ମାସରେ ସରକାରଙ୍କ ଗତିବିଧି ଏବଂ କାର୍ଯ୍ୟ, ସରକାର ଏବଂ ସଂଗଠନ ଭିତରେ କିପରି ସମନ୍ୱୟ ରହିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories