www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିଛି। ମୁମ୍ବଇ ପୁଲିସକୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆତଙ୍କୀ ହମ୍‌ଲା ଆଶଙ୍କା ନେଇ ଏକ ଫୋନ୍‌ କଲ୍‌ ମିଳିଛି। ବୁଧବାର ପୁଲିସ କହିଛି ଯେ, ଫେବୃଆରୀ ୧୧ରେ ମୁମ୍ବଇ ପୁଲିସ କଂଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଏବେ ସରକାରୀ ବିଦେଶ ଗସ୍ତରେ ଥିବାରୁ ସୂଚନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଅନ୍ୟ ଏଜେନ୍ସିମାନଙ୍କୁ ସୂଚନା ଦେଇ ତଦନ୍ତ ଆରମ୍ଭ କରିଛି। କଲ୍‌ କରିଥିବା ବ୍ୟକ୍ତିଙ୍କୁ ଚେମ୍ବୁର ଅଞ୍ଚଳରୁ ଗିରଫ କରାଯାଇଛି। ସେ ମାନସିକସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଛି। ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ମୁମ୍ବଇ ପୁଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories