ଓଡ଼ିଶାରୁ ବିଦାୟ ନେଲେ ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌

ଭୁବନେଶ୍ଵର: ବାରବାଟୀ ମ୍ୟାଚ ଶେଷ ପରେ ଅହମ୍ମଦାବାଦ ଅଭିମୁଖେ ବାହାରି ଯାଇଛନ୍ତି ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ। ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି ଉଭୟ ଦଳ। ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳାଯିବ।

ହୋଟେଲରୁ ସ୍ବତନ୍ତ୍ର ବସ୍‌ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ଆସି ପହଞ୍ଚିଥିଲେ ଦୁଇ ଟିମ୍‌ର ଖେଳାଳି। ସେମାନଙ୍କୁ ଦେଖିବାକୁ ଖାସ୍‌ କରି ଭାରତୀୟ ତାରକା କ୍ରିକେଟରମାନଙ୍କ ଝଲକ୍‌ ଟିକିଏ ପାଇବାକୁ ବହୁ ସଂଖ୍ୟକ ଲୋକ ରାସ୍ତାରେ ଉତ୍ସାହର ସହ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

Comments are closed.