ବସ୍ ଓଲଟି ୨୪ ଆହତ

ପାରଳାଖେମୁଣ୍ଡି: ଘାଟିରାସ୍ତାରେ ବସ୍ ଓଲଟି ୨୪ ଜଣ ଆହତ ହୋଇଛନ୍ତି । ରାୟଗଡ଼ା ଥାନା ମାର୍ଲବା ଘାଟିରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଆସୁଥିବାବେଳେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟଲୋକେ ଓ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

Comments are closed.