www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ପ୍ରଚାର ଶେଷ, ବୁଧବାର ଭୋଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଫେବୃଆରୀ ୫ (ବୁଧବାର) ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ଦିନ ଦିଲ୍ଲୀ ଓ ହରିୟାଣାର ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର‌୍ୟ୍ୟାଳୟ ପାଇଁ ଛୁଟି ଘୋଷଣା କରାଯାଇଛି। ସେହିପରି ଭୋଟ ଗ୍ରହଣ ପାଇଁ ଫେବୃଆରୀ ୩ ସନ୍ଧ୍ୟା ୬ରୁ ୫ ତାରିଖ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଦିଲ୍ଲୀରେ ମଦ ଦୋକାନଗୁଡିକ ବନ୍ଦ ରହିବ। ଭୋଟ ଗଣତି ଦିନ ଫେବୃଆରୀ ୮ରେ ମଧ୍ୟ ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିବ। ତାରକା ହୋଟେଲ, କ୍ଲବ, ରେସ୍ତୋରାଁ ଓ ଅନ୍ୟସ୍ଥାନ ଯେଉଁଠାରେ ମଦ ବିକ୍ରି ଲାଗି ଅନୁମତି ମିଳିଛି ସେଠାରେ ମଧ୍ୟ ମଦ ବିକ୍ରି ଓ ଯୋଗାଣ ବନ୍ଦ ରହିବ। ନିର୍ବାଚନ ପ୍ରଚାର ଶେଷ ଦିନରେ ଆପ୍‌, କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ସୋମବାର ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ଇଭିଏମ୍‌ରେ ଜାଲିଆତି କରିବାକୁ ଯୋଜନା କରିଛି। ଇଭିଏମ୍‌ରେ ଜାଲିଆତି ପୂର୍ବକ ଆପ୍‌ର ୧୦ଧ ଭୋଟ ଡିଲିଟ୍ କରିବାକୁ ବିରୋଧୀ ଦଳ ଷଡ଼ଯନ୍ତ୍ର କରିଛି। ତେଣୁ ଆପ୍‌ର ପ୍ରତ୍ୟେକ ସମର୍ଥକ ଭୋଟ ଦେବା ଦରକାର। କେଜରିୱାଲ କହିଛନ୍ତି ଯେ ଆପ୍ ପକ୍ଷର ଏକ ୱେବସାଇଟ୍ ଖୋଲାଯାଇଛି। ଯେଉଁଥିରେ ଦଳ ପ୍ରତ୍ୟେକ ମତଦାନ କେନ୍ଦ୍ର ସମ୍ପର୍କରେ ୬ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅପଲୋଡ କରିବ। ଏହାଦ୍ବାରା ଇଭିଏମ୍‌କୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ। ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ପରେ ଦଳ ଇଭିଏମ୍ ଟ୍ୟାମ୍ପରିଂକୁ ରୋକିବା ଲାଗି ସତର୍କ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଆପ୍ ଶାସନ ସମୟରେ ଦିଲ୍ଲୀରେ ବାଂଲାଦେଶ ଓ ମ୍ୟାଁମାର ଅନୁପ୍ରେବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଅନୁପ୍ରବେଶକାରୀଙ୍କ ଯୋଗୁଁ ଦିଲ୍ଲୀରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଏହା ପଛରେ ଆପ୍ ରାଜନେତାଙ୍କ ସହଯୋଗ ଓ ସମର୍ଥନ ରହିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories