www.samajalive.in
Monday, December 8, 2025
27.1 C
Bhubaneswar

ଘରେ ପଶି ଦୁଇ ବାଇକ ପୋଡ଼ିଲେ ଦୁର୍ବୃତ୍ତ

ପାଟଣା : ଗତକାଲି ସନ୍ଧ୍ୟା ୭ଟା ସମୟରେ ଉଦୟପୁର ଗ୍ରାମରେ ଅଜଣା ଦୁର୍ବୃତ୍ତ ୨ଟି ବାଇକକୁ ପୋଡି ଦେଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଉଦୟପୁର ନୂଆପାତ୍ରସାହିର ତରଣୀ ସେନ ପାତ୍ର ନିଜ କାର ଯୋଗେ କେନ୍ଦେଇପଶିକୁ ଯାଇଥିବା ସମୟରେ ତାଙ୍କ ଘର ଅଗଣାରେ ରଖାଯାଇଥିବା ଗୋଟିଏ ବୁଲେଟ ଓ ଗୋଟିଏ ୟାମାହା ମୋଟର ସାଇକେଲକୁ କେହି ଦୁର୍ବୃତ୍ତ ପୋଡି ପକାଇଥିଲେ । ନିଆଁ ଜଳିବା ଦେଖି ତରଣୀଙ୍କ ପିତା ପାଣ୍ଡଵ ପାତ୍ର ଘର ଭିତରୁ ବାହାରି ଏହା ଦେଖିବା ପରେ ପାଣି ଆଣି ବାଇକ ଉପରେ ଢାଳି ଦେବାରୁ ନିଆଁ ଲିଭିଯାଇଥିଲା। କେବଳ ସିଟ ଦୁଇଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଗୋଟିଏ ବାଇକର ଟାୟlରରେ ମଧ୍ୟ ନିଆଁ ଲାଗି ପୋଡ଼ି ଯାଇଛି। ତରଣୀ ସେନ ଘରକୁ ଫେରି ପାଟଣା ପୁଲିସକୁ ଖବର ଦେବାରୁ ରାତି ୧୦ ଟା ବେଳେ ପାଟଣା ଥାନାର ଏଏସଆଇ ଧନେଶ୍ୱର ପାତ୍ର ଘଟଣାସ୍ଥଳକୁ ଆସି ଅନୁସନ୍ଧାନ କରିଛନ୍ତି। ପାଟଣା ଥାନାରେ ୧୯/୨୦୨୫ ମୂଳେ ମାମଲା ରୁଜୁ କରାଯାଇ ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories