www.samajalive.in
Sunday, December 7, 2025
14.1 C
Bhubaneswar

ଚେନାବ ସେତୁରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି।

- Advertisement -

ଏହି ସେତୁ ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି। ଭୂପୃଷ୍ଠରୁ ଏହା ୧୧୭୮ ଫୁଟ ଉଚ୍ଚତାରେ ରହିଛି। ବିଶ୍ଵର ଏହା ଉଚ୍ଚତମ ରେଳ ସେତୁ। ଏହି ସେତୁରେ ଟ୍ରେନ ଚଳାଚଳ ହେବା ଫଳରେ ଏଣିକି ଜାମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସା​‌ଢ଼େ ୩ ଘଣ୍ଟା ସମୟ ଲାଗିବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories