www.samajalive.in
Monday, December 8, 2025
17.1 C
Bhubaneswar

ଶୌଚାଳୟର ଏହି ସବୁ ଜିନିଷ, ଶରୀର ପାଇଁ ହାଇଥାଏ କ୍ଷତିକାରକ

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୪୫% ଲୋକଙ୍କ ଧାରଣା ଯେ ଶୌଚାଳୟର କମୋଡ୍ କାରଣରୁ ଜୀବାଣୁ ବ୍ୟାପିଥାଏ । ପ୍ରକୃତରେ କିନ୍ତୁ ଘଟଣା କିଛି ଭିନ୍ନ । ଶୌଚାଳୟରେ ଏଭଳି ଅନେକ ଜିନିଷ ଅଛି, ଯାହା ଆମ ସ୍ବାସ୍ଥ୍ୟ ପାଇଁ ସବୁଠୁ ଅଧିକ କ୍ଷତିକାରକ ।

୬୫%ରୁ ଅଧିକ ଲୋକେ ଶୌଚାଳୟକୁ ସ୍ମାର୍ଟଫୋନ୍ ନେଇ ଯାଇଥାନ୍ତି । ହାତ ସଫା ନ କରି ମଧ୍ୟ ଅନେକ ସେଠାରେ ବସି ସ୍ମାର୍ଟଫୋନରେ କଥାବାର୍ତ୍ତା ହୁଅନ୍ତି କିମ୍ବା ନେଟ୍ ସର୍ଫିଂ କରନ୍ତି । ମୋବାଇଲ କଭର ଜରିଆରେ ହିଁ ଜୀବାଣୁ ବ୍ୟାପିଥାନ୍ତି । ସେଥିପାଇଁ ଯଦିଓ ଶୌଚାଳୟରେ ଫୋନ୍ ବ୍ୟବହାର କରୁଛନ୍ତି, ପରେ ତୁରନ୍ତ ଏହାକୁ ସଫା କରିନେବା ଉଚିତ ।

- Advertisement -

ଶୌଚାଳୟରେ ଥିବା ହ୍ୟାଣ୍ଡୱାଶ୍ କାରଣରୁ ମଧ୍ୟ ଜୀବାଣୁ ବ୍ୟାପିଥାଏ । ଏଣୁ ପ୍ରତି ସପ୍ତାହରେ ଅନ୍ତତଃ ଥରୁଟିଏ ଏହି ହ୍ୟାଣ୍ଡୱାଶକୁ ଭଲଭାବେ ପାଣିରେ ସଫା କରିବା ଆବଶ୍ୟକ ।

ଶୌଚାଳୟର ନଳରେ ମଧ୍ୟ ଜୀବାଣୁ ଲାଗି ରହିଥାନ୍ତି । ଭଲଭାବେ ହାତ ଧୋଇଲେ ଯେ ହାତ ସଫା ହେଲା, ଏହି ଧାରଣା ମନରୁ ବାହାର କରନ୍ତୁ । ରୀତିମତ ସ୍କ୍ରବରରେ ଏହି ନଳକୁ ସଫା କରିବା ଉଚିତ ।

ଟାୱେଲ୍ କିମ୍ବା ଲୁଗାପଟା ଥାକ ସ୍ନାନାଗାରରେ ଥିଲେ, ନିୟମିତ ତାହା ସଫା କରିବା ଭଲ । ନଚେତ୍ ସେଠାରେ ମଧ୍ୟ ଅପରିଷ୍କାର ହୋଇ ଜୀବାଣୁ ବ୍ୟାପିଥାଏ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories