www.samajalive.in
Monday, December 8, 2025
20.1 C
Bhubaneswar

‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଉତ୍ତରରେ କଂଗ୍ରେସ ନେତ୍ରୀ କହିଲେ..

ସମାଜ ଡିଜିଟାଲ ଡେସ୍କ: କଙ୍ଗନା ରାଣାଓ୍ବତଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ଏଥିରେ ଅଭିନେତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ତେବେ ମୁକ୍ତିଲାଭ ପୂର୍ବରୁ କଙ୍ଗନା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ‘ଏମର୍ଜେନ୍ସି’ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି। ଏହି ଚଳଚ୍ଚିତ୍ର ୧୯୭୫ରୁ ୧୯୭୭ ମସିହା ୨୧ ମାସର ଅବଧି ଉପରେ ଆଧାରିତ, ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦକୁ ଦର୍ଶାଇ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

କଙ୍ଗନା କହିଛନ୍ତି, ‘‘ମୁଁ ପ୍ରିୟଙ୍କା ଗାନ୍ଧୀଙ୍କୁ ସଂସଦରେ ଭେଟିଥିଲି ଏବଂ କହିଥିଲି, ଆପଣ ‘ଏମର୍ଜେନ୍ସି’ ଦେଖିବା ଉଚିତ୍। ଉତ୍ତରରେ ସେ କହିଥିଲେ, ‘ହଁ ହୋଇପାରେ’। ତେବେ ଦେଖିବା ସେ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି କି ନାହିଁ।’’ ସେ ଆହୁରି କହିଛନ୍ତି, ‘‘ମୁଁ ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କୁ ଖୁବ୍‌ ସମ୍ମାନର ସହ ଚିତ୍ରଣ କରିବା ନେଇ ବହୁତ ଧ୍ୟାନ ଦେଇଛି।’’

- Advertisement -

କଙ୍ଗନା ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ପ୍ରିୟ ନେତା ଭାବେ ବର୍ଣ୍ଣନା କରି କହିଛନ୍ତି, ‘‘ଜରୁରୀକାଳୀନ ପରିସ୍ଥିତି ସମୟରେ ଘଟିଥିବା କିଛି ଅଦ୍ଭୁତ ଘଟଣା ବ୍ୟତୀତ ମୁଁ ଭାବୁଛି ତାଙ୍କୁ ବହୁତ ପ୍ରେମ ଏବଂ ସମ୍ମାନ ମିଳିଛି। ତିନି ଥର ପ୍ରଧାନମନ୍ତ୍ରୀ ହେବା କୌଣସି ସମାନ୍ୟ କଥା ନୁହେଁ। ତାଙ୍କୁ ଭଲପାଇବା ଓ ସମ୍ମାନ ମିଳିଛି।’’

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories