www.samajalive.in
Monday, December 8, 2025
27.1 C
Bhubaneswar

ମୋତେ ନୁହେଁ ବଡ ଭଉଣୀକୁ.. ଏଥିପାଇଁ ମାଆକୁ ଛୁରୀ ଭୁସି ହତ୍ୟା କଲା ଝିଅ..

ମୁମ୍ବଇ : ମୁମ୍ବଇର ଚୁନାଭଟ୍ଟୀ ପୁଲିସ ଷ୍ଟେସନ ନିକଟରେ ସ୍ଥିତ କୁରେଶୀ ନଗରରେ ଏକ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି । ଝିଅ ନିଜ ୬୨ ବର୍ଷୀୟ ମାଆକୁ ହତ୍ୟା କରିବା ପରେ ଥାନାକୁ ଯାଇ ନିଜ ଦୋଷ ସ୍ୱୀକାର କରିଛି ।
ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଯୁବତୀଙ୍କୁ ଅନୁଭବ ହେଉଥିଲା, ମାଆ ତାକୁ କମ୍‌ ସ୍ନେହ କରୁଥିଲେ ଓ ବଡ ଭଉଣୀକୁ ଅଧିକ ସ୍ନେହ କରୁଥିଲେ । ମୃତ ମହିଳାଙ୍କ ନାମ ସବୀରା ଓ ଅଭିଯୁକ୍ତ ଯୁବତୀଙ୍କ ନାମ ରେଶମା (୪୧) ବୋଲି ଜଣାପଡିଛି । ପୁଲିସ ଏହି ମାମଲାରେ ଯୁବତୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁଲିସ କହିଛି, ମାଆ-ଝିଅଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଥିଲା । ଗତ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ବିବାଦ ବଢିବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ରେଶମା ଘରେ ଥିବା ଛୁରୀରେ ମାଆକୁ ଆକ୍ରମଣ କରିବା ସହ ହତ୍ୟା କରିଥିଲା ।

- Advertisement -

ସବୀରା ନିଜ ପୁଅଙ୍କ ସହ ମୁମ୍‌ବ୍ରାରେ ରହୁଥିଲେ । ୨ ଜାନୁଆରୀରେ ନିଜ ଝିଅକୁ ଦେଖା କରିବାକୁ ଆସିଥିଲେ । ସେହି ସମୟରେ ରେଶମା ଝଗଡା କରିବା ଆରମ୍ଭ କରିଥିଲେ । ମାଆକୁ ହତ୍ୟା କରିବା ପରେ ପୁଲିସ ଥାନାକୁ ଯାଇ ଦୋଷ ସ୍ୱୀକାର କରିଥିଲେ । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories