www.samajalive.in
Monday, December 8, 2025
27.1 C
Bhubaneswar

ଗୁଆହାଟୀରେ ଦୁଇ ବଖରା ଭଡ଼ା ଘରେ ରହୁଥିଲେ ମନମୋହନ

ନୂଆଦିଲ୍ଲୀ: ଡ. ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ଆସାମରୁ ଆରମ୍ଭ ହୋଇଥିଲା। ଆସାମର ମୂଳ ବାସିନ୍ଦା ହୋଇନଥିଲେ ସୁଦ୍ଧା ୧୯୯୧ରୁ ୨୦୧୯ ପର୍ଯ୍ୟନ୍ତ ଆସାମରେ ତାଙ୍କୁ ଭଡା ଘରେ ରହିବାକୁ ପଡୁଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହିତେଶ୍ବର ସାଇକିଆଙ୍କ ଏକ ଦୁଇ ବଖରା ଘରକୁ ମନମୋହନ ଭଡାରେ ନେଇଥିଲେ। ଗୁଆହାଟୀର ସରୁମତ୍ରିଆସ୍ଥିତ ନନ୍ଦନ ନଗରରେ ଥିବା ଘର ନମ୍ବର ୩୯୮୯ ଦୀର୍ଘ ଦିନ ଧରି ମନମୋହନଙ୍କ ଅସ୍ଥାୟୀ ଠିକଣା ପାଲଟିଥିଲା। ମନମୋହନ ମଧ୍ୟ ସାଇକିଆଙ୍କୁ ମାସିକ ୭୦୦ ଟଙ୍କା ଘରଭଡା ଦେଉଥିଲେ। ଏପରି କି ମନମୋହନ ଓ ପତ୍ନୀ ଗୁରୁଶରଣ ସେମାନଙ୍କର ଭୋଟର ପରିଚୟପତ୍ରକୁ ଦିଲ୍ଲୀରୁ ଗୁଆହାଟୀକୁ ସ୍ଥାନାନ୍ତର କରିଥିଲେ। ଜଣେ ବ୍ୟକ୍ତି ଯଦି କୌଣସି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି, ତେବେ ତାଙ୍କୁ ସେହି ରାଜ୍ୟରେ ନିଜସ୍ବ ଘରବାଡି ଥିବା ଜରୁରୀ ନୁହେଁ ବୋଲି ଅଦାଲତ ପୂର୍ବରୁ ରାୟ ଦେଇସାରିଥିବାରୁ ମନମୋହନଙ୍କ ରାଜ୍ୟସଭା ଯାତ୍ରାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନଥିଲା। ମନମୋହନଙ୍କ ରାଜ୍ୟସଭା ସଦସ୍ୟତାକୁ ଆସାମର ଏକାଧିକ କଂଗ୍ରେସ ନେତା ସେତେବେଳେ ବିରୋଧ କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆସାମରେ ମନମୋହନଙ୍କର ନିଜସ୍ବ କିମ୍ବା ଭଡା ଘର ନଥିବାରୁ ସେ କିପରି ରାଜ୍ୟସଭାକୁ ନିର୍ବାଚିତ ହେଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ଅଦାଲତଙ୍କ ରାୟ କିନ୍ତୁ ମନମୋହନଙ୍କ ସପକ୍ଷରେ ଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories