www.samajalive.in
Monday, December 8, 2025
20.1 C
Bhubaneswar

ଆକ୍ରମଣ ମାମଲାରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଆକ୍ରମଣ ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ମଙ୍ଗଳବାର ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସିଙ୍ଗାବାଡ଼ି ଗ୍ରାମ ସୁପ୍ରଜିତ ଗୌଡ଼ (୨୩) ବୋଲି ପୁଲିସ ସୂଚନା ଦେଇଛନ୍ତି । ଏହି ଥାନା ଅଧିନସ୍ଥ ସିଙ୍ଗାବାଡ଼ି ଗ୍ରାମରରେ ଗତ ୧୩ ତାରିଖ ରାତି ୮ ଟା ସମୟରେ ସୁଜ୍ଞାନୀ ଗୌଡ଼ ଓ ସ୍ୱାମୀ କାଶୀନାଥ ଗୌଡ଼ ଖାଇବାକୁ ବସିଥିବା ବେଳେ ଉକ୍ତ ଗ୍ରାମର ସୁଜିତ ଓ ସୁପ୍ରଜିତ ସେଠାରେ ପହଞ୍ଚି ଅଶ୍ରଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ଶୁଣି ସୁଜ୍ଞାନୀ ସେମାନଙ୍କୁ କାହିଁକି ଗାଳି କରୁଚ ବୋଲି ପଚାରିଥିଲେ।

ସ୍ୱାମୀ କାଶୀନାଥ ଘର‌ ବାହାରକୁ ଆସିବା ପରେ ଠେଙ୍ଗା ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଫଳରେ କାଶୀନାଥଙ୍କ ହାତ ଭାଙ୍ଗି ଯାଇ ରକ୍ତାକ୍ତ ହୋଇଯାଇଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ସୁଜ୍ଞାନୀ ଲିଖିତ ଅଭିଯୋଗ କରିଥିଲେ । ଥାନା କେଶ ୫୬୨/୨୪ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଆଜି ଅଭିଯୁକ୍ତ ସୁପ୍ରଜିତ ଗ୍ରାମରେ ଥିବା ଖବର ପାଇ ସେଠାରେ ଚଢାଉ କରି ଗିରଫ ପରେ ସହ କୋର୍ଟ ଚାଲାଣ କରିଥିବl ନେଇ ପୋଲିସ ସୂଚନା ଦେଇଛି। ସୂଚନା ଥାଉ ପୂର୍ବରୁ ଏହି ମାମଲାରେ ସଂପୃକ୍ତ ଥିବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories