www.samajalive.in
Thursday, December 11, 2025
27.1 C
Bhubaneswar

କଟକରେ ଡ୍ରେନ ନିର୍ମାଣବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

ସମାଜ ଡିଜିଟାଲ ଡେସ୍କ: କଟକ ବିଡାନାସୀରେ ଡ୍ରେନ ନିର୍ମାଣବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଦୋଷୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ସୋମବାର କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସିଏମସି କମିଶନର ଅନାମ ଚରଣ ପାତ୍ର। ବିନା କାର୍ଯ୍ୟାଦେଶରେ କାମ ଚାଲୁଥିବା ସିଏମସି କମିଶନର ସ୍ୱୀକାର କରିଥିବାବେଳେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟ ଆଜି ହସ୍ତଗତ ହେବ ବୋଲି କହିଛନ୍ତି। ଏପଟେ​‌ କ୍ଷତିପୂରଣ ଦାବିରେ ମୃତ ଶଙ୍କରଙ୍କ ମୃତଦେହ ରଖି ସାହି ଲୋକ ରାସ୍ତାରୋକ କରିଥିଲେ। ଅପରପକ୍ଷେ ଶଙ୍କରଙ୍କ ମୃତ୍ୟୁପରେ ଏବେ ୫ ପ୍ରାଣୀ କୁଟୁମ୍ବ ଚଳାଇବା ଚିନ୍ତାରେ ପତ୍ନୀ ଏସ. ଦେବୀ।

ଡ୍ରେନ ନିର୍ମାଣବେଳେ ପାଚେରୀ ଭୁଶୁଡ଼ି ଶ୍ରମିକ ଶଙ୍କରଙ୍କ ମୃତ୍ୟୁ ହେବାପରେ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ୪ ଶିଶୁକନ୍ୟାଙ୍କୁ ନେଇ କେମିତି ସଂସାର ଚଳିବ ସେ ଚିନ୍ତାରେ ପତ୍ନୀ ଏସ. ଦେବୀ। ଶଙ୍କରଙ୍କ ରୋଜଗାରରେ ଘର ଚଳୁଥିଲା। ଏବେ ସବୁ ବନ୍ଦ ହୋଇଗଲା। କେମିତି ଛୋଟ ପିଲାଙ୍କୁ ନେଇ ଘର ଚଳାଇବେ ସେ ଚିନ୍ତାରେ ଏବେ ଶଙ୍କରଙ୍କ ପତ୍ନୀ। ଅନ୍ୟପକ୍ଷରେ ସରକାରୀ ସହାୟତା ମାତ୍ର ୩୦ ହଜାର ଟଙ୍କା ମିଳିଥିବାବେଳେ ଅଧିକ କ୍ଷତିପୂରଣ ଦାବି କରି ସାହି ବାସିନ୍ଦା ବାରପଥର ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କଂଗ୍ରେସ କର୍ପୋରେଟର।

- Advertisement -

ସୂଚନାଯୋଗ୍ୟ, ରବିବାର ବିଡାନାସୀ ନାୟକ ସାହିରେ ଡ୍ରେନ ନିର୍ମାଣବେଳେ ପାଚେରୀ ଭୁଶୁଡି ପଡ଼ିବା ଯୋଗୁଁ କଟକ ପଟ୍ଟାପୋଲ ଅଞ୍ଚଳର ଏସ ଶଙ୍କରଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ବେପରୁଆ କାମ ଯୋଗୁଁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏପରିକି ବିନା କୌଣସି ସୁରକ୍ଷା ଉପକରଣରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିଲେ ଠିକାଦାର। ସବୁଠାରୁ ବଡ଼ କଥା ସମ୍ପୃକ୍ତ ଡ୍ରେନ ନିର୍ମାଣ ପାଇଁ ସିଏମସିର କାର୍ଯ୍ୟାଦେଶ ମଧ୍ୟ ନଥିଲା ବୋଲି ଜଣାପଡ଼ିଛି। ସିଏମସି କମିଶନର କହିଛନ୍ତି, ଘଟଣାକୁ ଗୁରୁତର ସହ ନିଆଯାଇଛି।ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବା ସହ ମୃତ ଶଙ୍କରଙ୍କ ପିଲାମାନଙ୍କ ପାଠପଢା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିଏମସି କମିଶନର ଅନାମ ଚରଣ ପାତ୍ର।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories