www.samajalive.in
Monday, December 8, 2025
27.1 C
Bhubaneswar

ଇନ୍‌ଷ୍ଟାଗ୍ରାମ ପ୍ରେମର ପରିଣତି; ଶିଶୁପାଳ ହୋଇ ଫେରିଲେ ଦୁବାଇ ଫେରନ୍ତା ଯୁବକ

ଚଣ୍ଡିଗଡ଼: ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ପ୍ରେମ ହେବା ପରେ ବିବାହ ପାଇଁ ସଜବାଜ ହୋଇ ୧୫୦ ବରଯାତ୍ରୀଙ୍କୁ ଧରି ପଞ୍ଜାବର ମୋଗା ସହରକୁ ଯାଇଥିବା ଦୁବାଇ ଫେରନ୍ତା ଜଣେ ଯୁବକ ଶିଶୁପାଳ ହୋଇ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାନୁଯାୟୀ, ଦୁବାଇରେ ଶ୍ରମିକ ଭାବେ କାମ କରୁଥିବା ଦୀପକ ନାମକ ଜଣେ ଯୁବକ ଗତମାସରେ ଜଳନ୍ଧରସ୍ଥିତ ନିଜ ଘରକୁ ଫେରିଥିଲା। ଦୁବାଇରେ ରହିବା ସମୟରେ ଇନ୍‌ଷ୍ଟାଗ୍ରାମ ଜରିଆରେ ଦୀପକର ମୋଗା ସହରରେ ରହୁଥିବା ମନପ୍ରୀତ କୌର ନାମ୍ନୀ ଜଣେ ଯୁବତୀଙ୍କ ସହ  ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ୩ ବର୍ଷର ସମ୍ପର୍କ ପରେ ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ବିବାହ ପାଇଁ ଗତ ୬ ତାରିଖ ଦିନଧାର୍ଯ୍ୟ ହୋଇଥିଲା। ସେହି ଦିନ ଦୀପକ ନିଜର ୧୫୦ ବରଯାତ୍ରୀଙ୍କ ସହ ମୋଗା ସହରରେ ପହଞ୍ଚି ଥିଲେ। ତେବେ ବିବାହ ମଣ୍ଡପଟି କେଉଁଠାରେ ରହିଛି ତାହା ଦୀପକ ଜାଣି ନ ଥିଲେ। ମୋଗା ସହରରେ ପହଞ୍ଚିବା ପରେ ମନପ୍ରୀତଙ୍କୁ ଫୋନ୍‌ କରିଥିଲେ। ବିବାହ ‘ରୋଜ୍‌ ଗାର୍ଡେନ ପାଲେସ୍‌’ ନାମକ ଏକ ମଣ୍ଡପରେ ହେଉଥିବା ମନପ୍ରୀତ କହିବା ସହ ତାଙ୍କ ସମ୍ପର୍କୀୟ ଯାଇ ଦୀପକଙ୍କୁ ମଣ୍ଡପ ପର‌୍ୟ୍ୟନ୍ତ ପାଛୋଟି ଆଣିବେ ବୋଲି କହିଥିଲେ। କିଛି ସମୟ ଅପେକ୍ଷା ପରେ ମନପ୍ରୀତଙ୍କ କୌଣସି ସମ୍ପର୍କୀୟ ନ ପହଞ୍ଚିବାରୁ ଦୀପକ ପୁନର୍ବାର ତାଙ୍କୁ ଫୋନ କରିଥିଲେ। ତେବେ ସେତେବେଳକୁ ମନପ୍ରୀତଙ୍କ ମୋବାଇଲ ଫୋନ୍‌ ବନ୍ଦ ହୋଇଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ବେ କେହି ନ ଆସିବାରୁ ରୋଜ୍‌ ଗାର୍ଡେନ ପାଲେସ୍‌ଟି କେଉଁଠି ବୋଲି ଦୀପକଙ୍କ ସମ୍ପର୍କୀୟ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ। ତେବେ ମୋଗା ସହରରେ ଏପରି କୌଣସି ମଣ୍ଡପ ନ ଥିବା ସ୍ଥାନୀୟ ବାସିନ୍ଦା କହିବା ପରେ ଠକାମିର ଶିକାର ହୋଇଥିବା ଜାଣି ପାରି ଦୀପକ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories