www.samajalive.in
Thursday, December 11, 2025
26.1 C
Bhubaneswar

ଶିଳ୍ପ ଜିଲାରେ ୫୦୦କୋଟି ଜଳକର ବାକି

ସୁନ୍ଦରଗଡ଼ : କୋଟିଏ କି ଦୁଇ କୋଟି ନୁହେଁ, ଜଳ କର ବାବଦରେ ବକେୟା ରହିଛି ୫୦୦କୋଟିରୁ ଊର୍ଦ୍ଧ୍ବ। ଜଳସେଚନ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲାର ୧୦୭ଟି ଛୋଟ ବଡ଼ କଳକାରଖାନା ଏବଂ ଖଣିର ଜଳ କର ଅକ୍ଟୋବର ୩୧ତାରିଖ ପର‌୍ୟ୍ୟନ୍ତ ୫୦୩କୋଟି ୬୩ଲକ୍ଷ ୫୬ହଜାର ୭୬୭ଟଙ୍କା ବକେୟା ରହିଛି। କଳ କାରଖାନା ଏବଂ ଖଣି ତାଙ୍କ କାର‌୍ୟ୍ୟ ତୁଳାଇବା ପାଇଁ ଦୁଇଟି ଉତ୍ସରୁ ଜଳ ବ୍ୟବହାର କରିଥା’ନ୍ତି। ଗୋଟିଏ ଭୂତଳ ଜଳ ଏବଂ ଅନ୍ୟଟି ଖୋଲା ଉତ୍ସ ଯେପରିକି ନଦୀ, ନାଳ, ପୋଖରୀ ଆଦିରୁ ଜଳ ବ୍ୟବହାର କରିଥା’ନ୍ତି। ଏପରି ୧୦୭ଟି କମ୍ପାନୀ ଜଳସେଚନ ବିଭାଗ ଠାରୁ ନିର୍ଦ୍ଧାରିତ ପରିମାଣର ଜଳ ବ୍ୟବହାର ପାଇଁ ଅନୁମତି ନେଇଥିବାବେଳେ ତା’ପାଇଁ ଏକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଯେମିତି ଗୋଟିଏ କମ୍ପାନୀ ଯଦି ନଦୀ କିମ୍ବା ପୋଖରୀରୁ ପାଣି ଉଠାଏ ତା’ହେଲେ ପ୍ରତି କ୍ୟୁସେକ ମିଟର ଜଳ ପାଇଁ ଦେୟ ଦେବା ପାଇଁ ପଡ଼େ ୬ଟଙ୍କା ୧୨ପଇସା ଏବଂ ଯଦି ଭୂତଳ ଜଳ ଉତ୍ତୋଳନ କରି ତା’ହେଲେ ପ୍ରତି କ୍ୟୁସେକ ମିଟର ଜଳ ପାଇଁ ଦେବାକୁ ପଡ଼େ ୧୨ଟଙ୍କା ୨୪ପଇସା। ମିଳିଥିବା ତଥ୍ୟ ଅନୁସାରେ, କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସ ଲିମିଟେଡର ସର୍ବାଧିକ ଜଳକର ୧୫୩କୋଟି ୮୪ଲକ୍ଷ୫୪ହଜାର ୭୮୨ଟଙ୍କା ବକେୟା ରହିଛି।

ଏହି କମ୍ପାନୀକୁ ପ୍ରତି ସେକେଣ୍ଡ କୋଏଲ ନଦୀରୁ ୩.୯୬୪ କ୍ୟୁସେକ ଏବଂ ଭୂତଳ ଜଳ ୦.୨୩୫କ୍ୟୁସେକ ଜଳ ଉଠାଇବାର ଅନୁମତି ରହିଛି। ତେବେ ଦୀର୍ଘବର୍ଷରୁ ଜଳକର ବାବଦକୁ ଟଙ୍କା ନ ଦେବା ଫଳରେ ତାର ବକେୟା ଦେଢ଼ଶହ କୋଟିରୁ ଊର୍ଦ୍ଧ୍ବ ପଡ଼ି ରହିଛି। ସେହିପରି କଲୁଙ୍ଗାର ଗଜଲକ୍ଷ୍ମୀ ଆଇରନ ୱାକର୍ସ ଭୂତଳ ଜଳ ୦.୦୨୨ କ୍ୟୁସେକ ଉତ୍ତୋଳନ ପାଇଁ ଅନୁମତି ରହିଛି। ତାର ମଧ୍ୟ ୩କୋଟି ୭୭ଲକ୍ଷ ୧୪ହଜାର ୨୧୬ଟଙ୍କା ବକେୟା ରହିଛି। ହେମଗିର ବ୍ଲକ ଏମସିଏଲ ବସୁନ୍ଧରା ଗର୍ଜନବାହାଲ ଖଣି ଅଞ୍ଚଳର କୁଲଡା ଖୋଲା ମୁହଁ କୋଇଲା ଖଣି ପ୍ରକଳ୍ପକୁ ୧.୦୬୬ କ୍ୟୁସେକ ପାଣି ଉଠାଇଥିବା ପାଇଁ ଅନୁମତି ମିଳିଥିବାବେଳେ ତା’ର ବକେୟା ରହିଛି ୧୮କୋଟି ୩୪ଲକ୍ଷ ୫୮ହଜାର ୬୬୨ ଟଙ୍କା। ସେହିପରି ଲମଲୋଇସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡକୁ ଲାଞ୍ଜିବେର୍ଣ୍ଣା ପଥର ଖଣି ଏବଂ ନିଜସ୍ବ ଗଭୀର ନଳକୂପରୁ ୧.୭୪ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ଉଠାଇବାର ଅନୁମତି ରହିଛି। ସେ ବାବଦକୁ ୨୬କୋଟି ୫୭ଲକ୍ଷ ୨୮ହଜାର ୪୧ଟଙ୍କା ବକେୟା ରହିଛି। ଏପରି ଜିଲାର ଛୋଟ, ବଡ଼ ଅନେକ ଗୁଡ଼ିଏ କଳକାରଖାନା ଏବଂ ଖଣି ଜଳକର ନ ଦେଇ ତାଙ୍କର ବକେୟା ଗଡ଼ି ଚାଲିଛି। ୫୦୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜଳକର ବାବଦକୁ ବକେୟା ରହିଥିବାବେଳେ ଏହାକୁ ଆଦାୟ ପାଇଁ ବିଭାଗ ପକ୍ଷରୁ ଆନ୍ତରିକତା ଦେଖାଯାଉନାହିଁ।

- Advertisement -

ଏ ସମ୍ପର୍କରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମୈତ୍ରୀ ପରିଡ଼ାଙ୍କୁ ପଚାରିବାରୁ ବକେୟା ଆଦାୟ ପାଇଁ ବିଭାଗ ସବୁବେଳେ ତତ୍ପର ରହିଛି। ପ୍ରତିମାସ କମ୍ପାନୀ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଉଛି।  ମଝିରେ କିଛି କମ୍ପାନୀ ଗୁଡ଼ିକ ଆସି ଅଳ୍ପ ବକେୟା ପଇଠ କରୁଛନ୍ତି। ଏ ଦିଗରେ ବିଭାଗ ସଜାଗ ହୋଇ ରହିଛି ବୋଲି କହିଥିଲେ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories