www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ଉପରକୁ ବୋମା ଫିଙ୍ଗିଲେ ଗୋଚାଲାଣକାରୀ

ବାଙ୍କୀ: ଗୋଚାଲାଣକାରୀଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। କଟକ ଜିଲା ବୈଦେଶ୍ଵର ଥାନା ଅଞ୍ଚଳରେ ଗୋଚାଲାଣ ବେଳେ ଗୋରୁ ମାଫିଆମାନେ ପୁଲିସ ଉପରକୁ ବୋମା ଫିଙ୍ଗିଛନ୍ତି। ଏଥିରେ କୌଣସି ପୁଲିସ ଆହତ ହୋଇ ନ ଥିବାବେଳେ ୨ ଗୋଚାଲାଣକାରୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କଠାରୁ ୨୬ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

ବୈଦେଶ୍ଵର ଥାନା ଅନ୍ତର୍ଗତ ଟି-ବ୍ରିଜ ଅଞ୍ଚଳ​‌ ଦେଇ ଗୋଚାଲାଣ ହେଉଥିବା ଖବର ମିଳିବା ପରେ ପୁଲିସ ସଦରବଳ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଗୋରୁ ମାଫିଆଙ୍କ ସହିତ ପୁଲିସ ମୁହାଁମୁହିଁ ହୋଇଥିଲା। ଗୋରୁ ମାଫିଆ ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ସେମାନଙ୍କୁ ପିଛା କରି ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପୁଲିସକୁ ଏଥିପାଇଁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଲିସ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିବା ସହିତ ୨୬ ଗୋରୁଙ୍କୁ ଉଦ୍ଧାର କରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories