www.samajalive.in
Thursday, December 11, 2025
27.1 C
Bhubaneswar

ଭିଡ଼ିଓରେ ଦେଖନ୍ତୁ… ହେଜବୋଲ୍ଲା ମୁଖ୍ୟ ମୁଖପାତ୍ରଙ୍କୁ କିପରି ନିପାତ କଲା ଇସ୍ରାଏଲ

ବେରୁଟ୍‌: ଲେବାନନ୍‌ରେ ଆଡ୍ଡା ଜମାଇଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ବଡ ସଫଳତା ମିଳିଛି। ରବିବାର ଇସ୍ରାଏଲର କ୍ଷେପଣାସ୍ତ୍ର ମାଡରେ ହେଜବୋଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫ୍ ପ୍ରାଣ ହରାଇଛି। ଏବେ ଏହି ଅପରେସନର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଯେଉଁଥିରେ ଇସ୍ରାଏଲ କିପରି ଆଫିଫକୁ ନିପାତ କରିଛି ତାହାର ଦୃଶ୍ୟ ରହିଛି। ଆଫିଫ ରହୁଥିବା କୋଠାକୁ ଟାର୍ଗେଟ କରି ଇସ୍ରାଏଲ ସିଧାସଳଖ କ୍ଷେପଣାସ୍ତ୍ର ମାଡ଼ କରିଛି। ଉକ୍ତ କୋଠା ନିକଟରେ ଅନେକ କୋଠା ଥିଲେ ହେଁ କେବଳ ଆଫିଫ ରହୁଥିବା କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଏଥିରେ ଆଫିଫ ନିହତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଦାବି କରାଯାଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories